‘ଓମିକ୍ରନ’ ବିରୋଧରେ ଭାରତୀୟ ଟିକା କାମ କରୁଛି : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

20

‘ଓମିକ୍ରନ’ ବିରୋଧରେ ଭାରତୀୟ ଟିକା କାମ କରୁଛି ଏବଂ ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ ଏହାର ମୁକାବିଲା ଲାଗି ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି ।
ଯେଉଁମାନେ ବିଦେଶରୁ ଆସୁଛନ୍ତି, ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି । ହୋମ୍ ଆଇସୋଲେସନକୁ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି । ତେବେ ୟେଉଁମାନେ ବିଦେଶରୁ ଆସୁଛନ୍ତି, ରାଜ୍ୟ ସରକାରଙ୍କୁ ଅବଗତ କରାଇବାକୁ ସେମାନଙ୍କୁ କୁହାଯାଇଛି । ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍‌ ସେଣ୍ଟର ମଧ୍ୟ କରାଯାଇଥିବା ସେ କହିଛନ୍ତି ।
ଏହାବାଦ ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଗାଇଡଲଲାଇନ୍‌ ପାଳନ କରୁଛୁ। କେନ୍ଦ୍ର ସରକାର ପୋର୍ଟାଲ ଦେଲେ, ଯେଉଁମାନେ ବିଦେଶରୁ ଫେରୁଛନ୍ତି, ସେମାନଙ୍କ ସହ ଯୋଗାଯୋଗ ସହଜ ହେବ । ସରକାର ସ୍ଥିତି ଉପରେ ତିକ୍ଷଣ ଦୃଷ୍ଟି ରଖିଛନ୍ତି। ଯେକୌଣସି ସ୍ଥିତିକୁ ନିୟନ୍ତ୍ରଣ କରାଯାଇ ପାରିବ ।

ଏହାବାଦ ଶିକ୍ଷାନୁଷ୍ଠାନରେ କିଭଳି କରନା ନ ବ୍ୟାପିବ, ସେଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷରୁ ମଧ୍ୟ କରୋନା ଏସ୍ଓପି ପାଳନକୁ କଡ଼ାକଡି କରାଯାଇଛି । ତାଛଡା ଆବାସିକ ଶିକ୍ଷନୁଷ୍ଠାନ ମାନଙ୍କରେ ଅଧିକ ସଂଖ୍ୟା ରେ ଛାତ୍ରଛାତ୍ରୀ ସଂକ୍ରମିତ ହେଉଛନ୍ତି ଏବଂ ସେ ଗୁଡିକୁ ସତର୍କ କରାଇଦିଆଯାଇଛି ବୋଲି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି Iବିଦ୍ୟାଳୟରେ କରୋନା ଏସ୍ଓପି ପାଳନ ନେଇ ନିୟମିତ ଯାଞ୍ଚ କରାଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.