ବିଶେଷଜ୍ଞଙ୍କ ଚମକାଇ ଦେଲା ଭଳି ତଥ୍ୟ : ‘ଓମିକ୍ରନ’ମୂଷାଙ୍କଠାରୁ ବ୍ୟାପୁଛି

104

ସାରା ବିଶ୍ୱ ରେ ଧୀରେ ଧୀରେ ଓମିକ୍ରନ ସଂକ୍ରମଣ ଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ୩୮ଟି ଦେଶରେ ଚିହ୍ନଟ ହେଇସାରିଲେଣି ଓମିକ୍ରନ ସଂକ୍ରମିତ । ଏହା ମଧ୍ୟରେ ଭାରତରେ ମଧ୍ୟ ସଂକ୍ରମିତ ଙ୍କ ସଂଖ୍ୟା ଚିହ୍ନଟ ହେଇଥିବାର ଜଣ ପଡିଛି Iଏବେ ଏହାର ଉତ୍ପତ୍ତି ବା ବାହକ ନେଇ ଚମକାଇଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ଇଂରାଜୀ ଓ୍ୱେବସାଇଟ STATର ଏକ ରିପୋର୍ଟ ଓମିକ୍ରନର ବାହକ ସଂପର୍କରେ ବିଶ୍ଳେଷଣ କରି ଚେତାଇଦେଇଛି ।
ବିଶେଷଜ୍ଞଙ୍କ ଯୁକ୍ତି ପରେ ମୂଷା ଦେହରୁ ବାହାରିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଏହା ଏକ ଜିନ୍ ଯାହା ମୂଷାଙ୍କୁ କରିଥାଏ ସଂକ୍ରମିତ । ଆଉ ମୂଷାଙ୍କ ଠାରୁ ମଣିଷ ଦେହକୁ ଆସିଥାଏ । ମଣିଷ ଥରେ ଓମିକ୍ରନ ସଂକ୍ରମିତ ହେଲେ ଅନେକ ଭାରିଆଣ୍ଟର ହୋଇପାରନ୍ତି ଶିକାର ।
ସ୍କ୍ରିପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଇମ୍ୟୁନୋଲୋଜିଷ୍ଟଙ୍କ ସୂଚନା ପରେ ବଢିଛି ଓମିକ୍ରନ ଭୟ । ଇମ୍ୟୁନୋଲୋଜିଷ୍ଟ କ୍ରିଷ୍ଟେନ ଆଣ୍ଡରସନ ଏନେଇ ଦାବି ରଖିଛନ୍ତି । ସେ କହିଛନ୍ତି ଏକାଧିକ ବାର ରୂପ ବଦଳାଇବା ପରେ ସୃଷ୍ଟି ହୋଇଛି ଓମିକ୍ରନ ।

Leave A Reply

Your email address will not be published.