ଓମିକ୍ରନ୍‌ ପାଇଁ ବଢ଼ିଲା ଚିନ୍ତା :ଓଡିଶା ସମେତ ୬ ରାଜ୍ୟକୁ କେନ୍ଦ୍ର ର ଚେତାବନୀ

20

ଦେଶରେ ଏବେ କରୋନା ଭୂତାଣୁର ନୂତନ ପ୍ରଜାତି ଓମିକ୍ରନ୍‌ କୁ ନେଇ ଚିନ୍ତା ବୃଦ୍ଧି ପାଇଛି। ଭାରତ ରେ ଓମିକ୍ରନ୍‌ ସଂକ୍ରମିତ ଙ୍କ ସଂଖ୍ୟା ଧୀରେ ଧୀରେ ଚିହ୍ନଟ ହେଉଛି ପ୍ରଥମେ କର୍ଣ୍ଣାଟକ ରୁ ୨ ଜଣ , ପରେ ଗୁଜୁରାଟର ଜାମନଗରରୁ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ପରିସ୍ଥିତି ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ନଜର ରଖିଛି। କରୋନା ସଂକ୍ରମଣ ଏବଂ ଓମିକ୍ରନ୍‌ ବିପଦକୁ ନଜରରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓଡ଼ିଶା ସମେତ ୬ ରାଜ୍ୟକୁ ଆଲର୍ଟ କରିଛି। ଏହା ସହ ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌ ଏବଂ ଟିକାକରଣ ବୃଦ୍ଧି କରିବାକୁ ଏହି ସବୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଆଯାଇଛି। କୋଭିଡ ଅନୁରୂପ ବ୍ୟବହାର ଉପରେ ସରକାର ଦୃଷ୍ଟି ଦେବାକୁ କୁହାଯିବା ସହ କେରଳରେ ବଢ଼ୁଥିବା ମୃତ୍ୟୁ ହାର ଉପରେ ମନ୍ତ୍ରାଳୟ ଚିନ୍ତା ଜାହିର କରିଛି।

ଏହା ସହ ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା ଜାହିର କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ। କୋଭିଡ୍‌ ଗାଇଡଲାଇନ୍‌ ପାଳନ ନକଲେ ସ୍ଥିତି ସଙ୍ଗୀନ ହୋଇପାରେ ବୋଲି ମଧ୍ୟ ମନ୍ତ୍ରାଳୟ ଚେତାବନୀ ଦେଇଛି। ସେହିପରି ଓଡ଼ିଶାର ୬ ଜିଲ୍ଲାରେ ସାପ୍ତାହିକ କରୋନା ମାମଲା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଯେଉଁ ୬ ରାଜ୍ୟକୁ ଚିଠି ଲେଖିଯାଇଛି ସେଗୁଡ଼ିକ ହେଉଛି, ଓଡ଼ିଶା, କେରଳ, ଜାମ୍ମୁକାଶ୍ମୀର, ତାମିଲନାଡୁ, କର୍ଣ୍ଣାଟକ ଏବଂ ମିଜୋରାମ। ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି, ପଜିଟିଭିଟି ରେଟ୍‌ ଏବଂ ମୃତ୍ୟୁ ହାର ବୃଦ୍ଧିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା ବ୍ୟକ୍ତ କରିଛି।

Leave A Reply

Your email address will not be published.