ଚତୁର୍ଥ ଦିନରେ ବି ଗୃହରେ ଚାଲିପାରିଲାନି ପ୍ରଶ୍ନ କାଳ:ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

21

ବିଧାନସଭା ଅଧିବେଶନର ଚତୁର୍ଥ ଦିନରେ ବି ଗୃହରେ ଚାଲିପାରିଲାନି ପ୍ରଶ୍ନ କାଳ I ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି I ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ର ବିରୋଧୀ କଂଗ୍ରେସ ଦଳର ସଦସ୍ୟମାନେ ହୋହାଲ୍ଲା ସହ ନାରାବାଜି କରିଥିଲେ । ଆଉ ଗୃହରେ ପୁଣି ଉଠାଇଥିଲେ ମମିତା ମେହେର ପ୍ରସଙ୍ଗ । ଏପିରିକି ବ୍ରାହ୍ମଣ ବେଶରେ ଆସି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରତିବାଦ ଜଣାଇଥିଲେ । ଏହାସହିତ ଗୃହକୁ ଶୋଧନ କରିବାକୁ ଯାଇ ଗଙ୍ଗାଜଳ ମଧ୍ୟ ଛିଞ୍ଚିଥିଲେ ବିଧାୟକ ତାରା ବାହିନୀପତି । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ର ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜିକୁ ନେଇ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ସେହିଭଳି ଗତ କାଲି ବିରୋଧୀ ଦଳ ବିଜେପି ପକ୍ଷରୁ ଗୃହ ମଧ୍ୟରେ ହାଙ୍ଗମା କରି ବିଧାନ ସଭା ଭିତରେ ଏବଂ ବାହାରେ ଗଙ୍ଗପାଣି ଓ ଗୋବର ପାଣି ଛିଂଚି ଝାଡୁ ମରୁଥିବାର ଦେଖାଯାଇଥିଲା ଇ ଅନ୍ୟପକ୍ଷରେ ବିଜେଡି ସଦସ୍ୟ ମାନେ ତୈଳ ଦର ସହିତ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ର ଅହେତୁକ ମୂଲ୍ୟ ବୃଦ୍ଧି କୁ ନେଇ କେନ୍ଦ୍ର କେନ୍ଦ୍ରକୁ ଟାର୍ଗେଟ କରି ବିଧାନ ସମ୍ମୁଖରେ ଚୁଲିଯାଲୀ ଅଭିନବ ପ୍ରତିବାଦ କରିଥିଲେ ଇ ସେହି ପରି ବେଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ୟୁପି ଚାଷୀ ହତ୍ୟାକାଣ୍ଡ ଘଟଣାରେ ବିଜେପି କୁ ଟାର୍ଗେଟ କରି କହିଥିଲେ ,ଗୋବର ପାଣି ବିଜେପି ଲୋକସଭାରେ ଛିଞ୍ଚିବା ଉଚିତ ,କାରଣ ସେଠାରେ ଅନେକ ହତ୍ୟାକାରୀ ବସିଛନ୍ତି I

Leave A Reply

Your email address will not be published.