କ୍ରମଶଃ ଦୁର୍ବଳ ହେଉଛି ‘ଜଓ୍ୱାଦ’: ଜାରି ରହିବ ବର୍ଷା

22

ଆଜି ପୁରୀ ଉପକୂଳ ଛୁଇଁବା ବେଳକୁ ବାତ୍ୟା ‘ଜୱାଦ୍‌’ କ୍ରମଶଃ ଦୁର୍ବଳ ହେଉଛି । ପୁରୀ ଉପକୂଳ ଛୁଇଁବା ବେଳକୁ ଏହା ଗଭୀର ଅବପାତରେ ପରିଣତ ହୋଇ ରାଜ୍ୟ ରେ ଉପକୂଳ ଅଂଚଳରେ ବର୍ଷାର ପ୍ରକୋପ ଜାରି ରହିବ ଇ ଏହା ସହିତ କେତେକ ଅଂଚଳ ରେ ପବନ ର ବେଗ ବଢିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ବାତ୍ୟା ‘ଜୱାଦ୍‌’ ଘଣ୍ଟା ପ୍ରତି ୪ କି.ମି. ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଆଗାମୀ ୧୨ ଘଣ୍ଟା ଯାଏ ଏହା ଉତ୍ତର ଦିଗରେ ଗତି କରିବ। ପରେ ଉତ୍ତର, ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ। ଏହାପରେ ଗତି ପରିବର୍ତ୍ତନ କରି ପୁରୀ ଉପକୂଳ ଛୁଇଁବା ବେଳକୁ ଗଭୀର ଅବପାତରେ ପରିଣତ ହେବ । ଗଭୀର ଅବପାତ ବେଳେ ପବନର ବେଗ ସର୍ବାଧିକ ୭୫ କିମି ରହିବ ।
ବାତ୍ୟା ପ୍ରଭାବରେ କାଲିଠାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି। ସକାଳ ୭ଟା ୩୦ ସୁଦ୍ଧା ପାରାଦୀପରେ ସର୍ବାଧିକ ୬୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଗୋପାଳପୁରରେ ୪୩.୩ ମି.ମି., ପୁରୀରେ ୪୦ ମି.ମି. ଓ ଭୁବନେଶ୍ୱରରେ ୧୦.୪ ମି.ମି. ବର୍ଷା ରେକର୍ଡ ହୋଇଛି।

ବାତ୍ୟା ପ୍ରଭାବରେ ପୁରୀ, ପାରାଦୀପ ଓ ଗୋପାଳପୁରରେ ପବନର ବେଗ ବୃଦ୍ଧି ପାଇଛି। ପୁରୀରେ ଏବେ ଘଣ୍ଟା ପ୍ରତି ୨୬ କିଲୋମିଟର ବେଗରେ ପବନ ବହୁଛି। ସେହିପରି ପାରାଦୀପରେ ୧୦ କି.ମି. ଓ ଗୋପାଳପୁରରେ ୧୫ କି.ମି. ବେଗରେ ପବନ ବହୁଛି। ବାତ୍ୟାକୁ ଦୃଷ୍ଟିରେ ରଖି ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି। ପୁରୀ ଓ ଗୋପାଳପୁର ବନ୍ଦର ପାଇଁ ୭ ନଂ ବିପଦ ସଙ୍କେତ ଜାରି ହୋଇଥିବା ବେଳେ ପାରାଦୀପ ଓ ଧାମରା ବନ୍ଦର ପାଇଁ ୪ ନଂ ବିପଦ ସଙ୍କେତ ଜାରି ହୋଇଛି। ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ଥିବାରୁ ଜୁଆର ବଢିବାରେ ଲାଗିଛି । କୂଳ ନିକଟକୁ ଜୁଆର ପାଣି ଆସୁଥିବାରୁ ସମୁଦ୍ର କୁଳରେ ଥିବା ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମସ୍ୟଜୀବୀମାନେ ଡଙ୍ଗାକୁ ବାନ୍ଧିବା ସହ ଏବେ କୂଳ ନିକଟରେ ଜଗି ବସିଛନ୍ତି ।ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ବେଳାଭୂମିକୁ ଆସିବାକୁ ଜନସାଧାରଣଙ୍କୁ ବାରଣ କରାଯାଉଛି। ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡ୍ ଫ୍ଲାଗ୍ ଲଗାଯାଇଛି। । ଦିଗବାରେଣୀ ଖୁଣ୍ଟଠାରୁ ଲାଇଟ୍ ହାଉସ୍ ବେଳାଭୂମି ଯାଏଁ ମଧ୍ୟ ରେଡ୍ ଫ୍ଲାଗ ଲଗାଯାଇଛି । ତେବେ ୩ ତାରିଖ ଅପରାହ୍ନ ରୁ ରାଜ୍ୟରେ ଝିପି ଝିପି ବର୍ଷ ଆରମ୍ଭ ହୋଇ ଯାଇଛି ଏବଂ ମଧ୍ୟ ରାତ୍ର ରୁ ଏହାର ବେଗ ବଢିଛି ଇ ଆଜି ସକାଳେ ମଧ୍ୟ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି I

Leave A Reply

Your email address will not be published.