ଖୁବ୍‌ଶୀଘ୍ର ଛୋଟ ପିଲାମାନଙ୍କ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବ

0 103

ଚଳିତ ମାସର ଶେଷ ସପ୍ତାହରେ ଛୋଟ ପିଲାମାନଙ୍କୁ କୋଭିଡ୍‌ ୧୯ ଟିକା ଦିଆଯାଇ ପାରେ । ପ୍ରାଥମିକ ପର୍ଯ୍ୟାୟରେ ୪ରୁ ୬କୋଟି ପିଲା ଅର୍ଥାତ ଯେଉଁ ପିଲାମାନେ କିଛି ଗମ୍ଭୀର ରୋଗରେ ପୀଡିତ ସେମାନଙ୍କୁ ଆଗେ ଡୋଜ୍‌ ଦିଆଯିବ। ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ (ଆଇସିଏମ୍‌ଆର୍‌) କୋଭିଡ -୧୯ ଟାସ୍କ ଫୋର୍ସର ଚେୟାରମ୍ୟାନ୍‌ ଡକ୍ଟର ନରେନ୍ଦ୍ର କୁମାର ଆରୋରା କହିଛନ୍ତି ଯେ,ଦେଶରେ ଟିକାକରଣ ଆରମ୍ଭ ହେବା ପରେ ପ୍ରଥମେ ବୃଦ୍ଧ, ଅସୁସ୍ଥ ଏବଂ ପରେ ବୟସ୍କଙ୍କ ଉପରେ ଧ୍ୟାନ ଦିଆଯାଇଥିଲା। ଏନେଇ ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇପାରେ ।
ଭାରତରେ ପିଲାମାନଙ୍କୁ ଟିକାକରଣ ପାଇଁ ଜିଡସ୍ କ୍ୟାଡିଲାଙ୍କ ZycoV D (ZyCoV-D) କୁ ଅନୁମୋଦନ ଦିଆଯାଇଛି I ସେହିଭଳି ସେହିଭଳି ଭାରତ ବାୟୋଟେକ ଟିକା ବ୍ୟତୀତ ଅନ୍ୟ କେତେକ କମ୍ପାନୀର ଟିକାକୁ ପିଲାମାନଙ୍କ ପାଇଁ ବ୍ୟବହାର କରିବାକୁ ଜରୁରୀ କାଳୀନ ଅନୁମତି ଦିଆଯାଇଛି। ଏଭଳି ପରିସ୍ଥିତିରେ ଡିସେମ୍ବର ମାସର ଶେଷ ସପ୍ତାହରେ ଭାରତରେ ପିଲାମାନେ କରୋନା ଟିକା ପାଇବା ନେଇ ଆଶା କରାଯାଉଛି।

Leave A Reply

Your email address will not be published.