ପୁରୀ ଛୁଇଁବ ବାତ୍ୟା : ଏସ .ଆର .ସି

22

ଆସନ୍ତା ୪ତାରିଖ ସନ୍ଧ୍ୟା କିମ୍ବା ୫ତାରିଖରେ ପୁରୀରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଜୱାଦ’ । ଏହାର ପ୍ରଭାବ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲ୍ଲା ଉପରେ ଅଧିକ ରହିବ । ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୬୦-୭୦ କିମି ରହିବ ଏବଂ ବେଳେ ବେଳେ ପବନର ଝଟକା ୧୦୦ ଛୁଇଁବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ସୂଚନା ଅନୁଯାୟୀ, ଆଜି ମଧ୍ୟ ରାତ୍ରୀରୁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ଆରମ୍ଭ ହେଇପାରେ ,ଆସନ୍ତା କାଲି ସୁଦ୍ଧା ପରିମାଣ ବଢିବ । କିନ୍ତୁ ବନ୍ୟା ହେବାର କୌଣସି ଆଶଂକା ନାହିଁ ବୋଲି କହିଛନ୍ତି ଏସଆରସି । ସେ କହିଛନ୍ତି, ବତ୍ୟାକୁ ନେଇ ସମସ୍ତ ପ୍ରସ୍ତୁତି ସରିଛି । ସମୁଦ୍ରକୂଳିଆ ନିକଟବର୍ତ୍ତି ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହୋଇଯିବ । ବାତ୍ୟା ସମୟରେ କଚ୍ଚା ଘରେ ନରହିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ସେହିପରି ଭୟଭିତ ହୋଇ ଦୋକାନରୁ ଆଳୁ ପିଆଜ କିଣି ଘରେ ମହଜୁଦ ରଖିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ସେପଟେ ସମୁଦ୍ର ଭିତରକୁ ନଯିବା ପାଇଁ ନିଦ୍ଦେଶ ଦିଆଯାଇଛି । ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି, ସେମାନେ ତୁରନ୍ତ କୂଳକୁ ଫେରିଆସିବା ପାଇଁ କୁହାଯାଇଛି । ତେବେ କେଉଁଠି ବାତ୍ୟା ଲ୍ୟାଣ୍ଡଫଲ କରିବ ସେନେଇ ଆଉ କିଛି ସମୟ ପରେ ସୂଚନା ଦିଆଯିବ ବୋଲି କହିଛନ୍ତି ଏସଆରସି

Leave A Reply

Your email address will not be published.