ଶନି ଅମାବାସ୍ୟା : ଶନି ସାଢେସାତୀ ପାଇଁ କରନ୍ତୁ ଏହି ଉପାୟ

25

ପ୍ରତି ମାସରେ ଗୋଟିଏ ଅମାବାସ୍ୟା ଏବଂ ଗୋଟିଏ ପୂର୍ଣ୍ଣମୀ ପଡିଥାଏ I ଶନିବାର ଦିନ ପଡୁଥିବା ଅମାବାସ୍ୟା ସନାତନ ଧର୍ମରେ ବିଶେଷ ମହତ୍ତ୍ୱ ରଖିଥାଏ |ଏହି ବର୍ଷ ମାର୍ଗଶିର ମାସ ଅମାବାସ୍ୟା ଅର୍ଥାତ ଡିସେମ୍ବର ମାସ ୪ ତାରିଖରେ ଶନିବାର ପଡୁଛି ଶନି ଅମାବାସ୍ୟା I ଯେଉଁମାନଙ୍କ ଜାତକରେ ଶନି ସାଢେ ସIତୀ ଚାଲିଛି ସେମାନେ ନିଶ୍ଚିତ ଭାବରେ ଏହି ଉପାୟ କରନ୍ତୁ I ଆପଣଙ୍କ ଜୀବନରେ ଥିବା ସମସ୍ୟା ଗୁଡିକ ଅବଶ୍ୟ ଦୂର ହେବ I

ଅଶ୍ୱସ୍ଥ ଗଛକୁ ପୂଜା କରନ୍ତୁ

ଧାର୍ମିକ ମତରେ ବିଶ୍ୱାସ ଅଛି ଯେ ଅନେକ ଦେବତା ଏବଂ ଦେବୀ ଏବଂ ଆମ ପିତୃପୁରୁଷମାନେ ଅଶ୍ୱସ୍ଥ ଗଛରେ ବାସ କରିଥାନ୍ତି ଇ ତେଣୁ ପ୍ରତ୍ୟକ ଅମାବାସ୍ୟା ଦିନ ଅଶ୍ୱସ୍ଥ ଗଛ କୁ ପୂଜା କଲେ ଆପଣ ସେମାନଙ୍କ ଆଶୀର୍ବାଦ ପ୍ରାପ୍ତ କରିବେ I ଆପଣ ଅଶ୍ୱସ୍ଥ ଗଛକୁ ଜଳ ଅର୍ପଣ କରିବା ସମୟରେ ଗଛ ର ଚାରିପଟେ ୭ ଥର ପ୍ରଦକ୍ଷିଣ କରନ୍ତୁ I ଏହା କରିବା ଦ୍ୱାରା, ଶନି ଦେବ ପ୍ରସନ୍ନ ହୁଅନ୍ତି ଏବଂ ଆପଣଙ୍କର ଅସୁବିଧା ଦୂର ହୋଇଯାଏ | ଶନି ଅମାବାସ୍ୟା ଦିନ , ଏକ ମନ୍ଦିର କିମ୍ବା ଖୋଲା ସ୍ଥାନରେ ଏକ ଅଶ୍ୱସ୍ଥ ଗଛକୁ ଲଗାନ୍ତୁ I କୁହାଯାଏ ଯେ ଏହା କରିବା ଦ୍ୱାରା ଶନି ଦେବଙ୍କ ଯନ୍ତ୍ରଣା ଶାନ୍ତ ହୁଏ ଏବଂ ସେ ସୁଖ ପାଆନ୍ତି I ଏହି ଅଶ୍ୱସ୍ଥ ଗଛକୁ ଲଗାଇବା ଦ୍ୱାରା ଆପଣଙ୍କ ଜାତକରେ ଥିବା ଶନିଦଶା ଦୂର ହୋଇଥାଏ

କଳା ଘୋଡା ନାଲ

ଯଦି ଆପଣ ଙ୍କ ଜାତକରେ ଶନି ସାଢେ ସାଟି ଚାଲୁଛି , ତା’ହେଲେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଏକ କଳା ଘୋଡାର ନାଲ ଯୋଗାଡ଼ କରନ୍ତୁ | ଏହି ଘୋଡା ନାଲ ଟି କୁ ଆପଣ ଶନି ଅମାବାସ୍ୟା ଦିନ ଆପଣଙ୍କ ଘରର ମୁଖ୍ୟ ଦ୍ୱାର ବନ୍ଧ ଉପରେ ଲଗାଇ ଦିଅନ୍ତୁ ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ଶନିଦୋଷ ଦୂର ହୋଇଥାଏ ଏବଂ ଜୀବନରେ ସୁଖ ମିଳିଥାଏ I

କୁକୁର ଙ୍କୁ ଖାଇବାକୁ ଦିଅନ୍ତୁ

ଏହି ଦିନ ଗୋଟିଏ କୁକୁରକୁ ରୋଟି ଖାଇବାକୁ ଦିଅନ୍ତୁ ଏବଂ ଏକ ମାଟି ଦ୍ଵିପରେ ସୋରିଷ ତେଲ ନେଇ ସେଥିରେ ଆପଣଙ୍କର ଛାଇ ଦେଖନ୍ତୁ ଏହାପରେ ଏହାକୁ ଦାନ କରି ଦିଅନ୍ତୁ I ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଶନି ଦେବ, ଶନି ଅମାବାସ୍ୟା ଦିନ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କଲେ ଖୁସି ହୁଅନ୍ତି ଏବଂ ସେହି ବ୍ୟକ୍ତିଙ୍କ ଉପରେ ଆଶୀର୍ବାଦ ପ୍ରଦାନ କରନ୍ତିI

ଏହାବାଦ ଆପଣ ପ୍ରତି ଶନିବାର ଦିନ ନିକଟସ୍ଥ ଶିବ ମନ୍ଦିର ବା ଜଗନ୍ନାଥ ମନ୍ଦିର ଅଥବା ଦକ୍ଷିଣ କାଲି ମନ୍ଦିର ଯାଇ ପୂଜା କରନ୍ତୁ I ନିୟମିତ ପ୍ରତି ମଙ୍ଗଳ ବାର ସୋରିଷ ତେଲ ଦୀପ ଏବଂ ଶନିବାର ରାଶି ତେଲ ଦୀପ କୁ ପଶ୍ଚିମ ମୁହଁ କରି ଘରେ ଜଳାନ୍ତୁ I ଏହା ସହିତ ଶନି ଗାୟତ୍ରୀ କୁ ୧୧ ଥର ଲେଖାଏ ପଢନ୍ତୁ I ଶନି ବାର ଦିନ ଘରକୁ କଦାପି କୌଣସି କଳା ବସ୍ତ୍ର ,ତେଲ ଓ ଲୁହା ଜିନିଷ ,ଜୋତା ଇତ୍ୟାଦି କିଣି ଆଣନ୍ତୁ ନାହିଁ I ସେହିପରି ଶନିବାର ଦିନ ଆପଣ ସାତ୍ଵିକ ଭୋଜନ କଲେ ଅତି ଉତ୍ତମ I ମନେ ରଖନ୍ତୁ ଶନି ହେଉଛନ୍ତି ନ୍ୟାୟ ର ଦେବତା ସେ କାହାକୁ କଷ୍ଟ ଦେବାକୁ ଆସି ନ ଥାନ୍ତି ,ଯଦି ଆମ ଜାଣତରେ ହେଉ କି ଅଜାଣତରେ କେଉଁଠି ଆମେ ଅନ୍ୟାୟ କରିଛୁ କିମ୍ବା ଜାତକରେ ପ୍ରାରବ୍ଧ କର୍ମଫଳ ଭୋଗ ରହିଛି ତେବେ ଶନିଜାତକରେ ରହି ଆମକୁ ମାର୍ଜିତ କରିଥାନ୍ତି ସେହି ସମୟରେ ବ୍ୟକ୍ତି ଯେଉଁ କଷ୍ଟ ପାଇଥାଏ ଶନି ଙ୍କ ମହାଦଶI କଟିବା ବେଳେ ଯେତିକି ଆମେ ହରେଇଥାଉ ତା’ଠାରୁ ୧୦ ଗୁଣା ଫେରାଇ ସମୃଦ୍ଧିଶାଳୀ କରି ପ୍ରତ୍ୟକ ମଣିଷ ଜୀବନ କୁ ସୁନ୍ଦର କରିଥାନ୍ତି I

Leave A Reply

Your email address will not be published.