ରାଜ୍ୟରେ ୯୮୩୩ ଜଣ ସଂକ୍ରମିତ ଚିହ୍ନଟ :୬ ମୃତ

0 20

କିଛି ଦିନ ର ବ୍ୟବଧାନ ପରେ ଆଜି ରାଜ୍ୟରେ ଦୈନିକ ସଂକ୍ରମିତ ଙ୍କ ସଂଖ୍ୟା ସାମାନ୍ୟ କମିଛି I ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୯୮୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୬ଜଣ ମୃତ୍ୟୁ ହୋଇଛି । ମୃତକ ମାନେ କଟକରୁ ଦୁଇ ଜଣ, ଅନୁଗୋଳ, ଢେଙ୍କାନାଳ, ଜଗତସିଂହପୁର ଓ ପୁରୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଆଜିର ମୃତକ ଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୦୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସେହିଭଳି ସଂକ୍ରମିତ ଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୬୯୯ ଓ ସ୍ଥାନୀୟ ଅଞ୍ଚଳରୁ ୪୧୩୪ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୯୭୨ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୮୭ ହଜାର ୨୯୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୮୯ ହଜାର ୩୩ ରହିଥିବା ବେଳେ ୮୯ ହଜାର ୭୦୨ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ପ୍ରତିଥର ଭଳି ଲଗାତାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏହାବାଦ ସୁନ୍ଦରଗଡ଼ରୁ ୧୧୩୪, କଟକ ୭୭୪, ଷ୍ଟେଟ୍‌ପୁଲ୍‌ରୁ ୫୭୭, ମୟୂରଭଞ୍ଜ ୨୯୫, ନୟାଗଡ଼ ୨୯୨, ବଲାଙ୍ଗିର ୨୮୮, ବାଲେଶ୍ୱର ୨୮୬, ରାୟଗଡ଼ା ୨୭୪, ଯାଜପୁର ୨୫୬,ସମ୍ବଲପୁର ୨୦୬, କୋରାପୁଟ ୧୭୪ ଓ ବରଗଡ଼ରୁ ୧୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.