ପୁଣି ରେଡ୍ ଜୋନକୁ ଫେରିଲା ଖୋର୍ଦ୍ଧା ଜିଲ୍ଲା : ରାଜ୍ୟରେ ୫ ହଜାର ଖୋର୍ଦ୍ଧାରେ ୨୫୩୫ ସକ୍ରିୟ ସଂକ୍ରମିତ

23

ରାଜ୍ୟ ରେ କରନା ସଂକ୍ରମଣ ଉପର ତଳ ହେଉଥିବା ବେଳେ ଆଜି ପୁଣି ଥରେ ରାଜ୍ୟ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ୫୦ହଜାର ଟପିଛି I ସେହିପରି ରାଜଧାନୀ ରେ ୩୨୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି Iଭୁବନେଶ୍ୱରରେ ସକ୍ରିୟ ଙ୍କ ସଂଖ୍ୟା ବଢ଼ୁଛି ତେଣୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି I
ସହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ରହୁଥିବାରୁ ଦୀର୍ଘ ଦିନ ପରେ ପୁଣି ଥରେ ରେଡ୍ ଜୋନ ଘୋଷଣା କରାଯାଇଛି । ଆଜି ଖୋର୍ଦ୍ଧା ଜିଲ୍ଳାରୁ ୩୨୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ଜିଲ୍ଲାର ସକ୍ରିୟ ଆକାନ୍ତଙ୍କ ସଂଖ୍ୟା ୨ହଜାର ୫୩୫କୁ ବୃଦ୍ଧି ପାଇଛି । ସେହିପରି ଭୁବନେଶ୍ୱର ମ୍ୟୁନିସିପାଲିଟି ଅଂଚଳରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ କେବଳ ରାଜଧାନୀରେ ୩ ହଜାର ୬୩୬ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ତେବେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ଏବେ ଗ୍ରୀନ୍ ଜୋନରେ ରହିଛି । ସଂକ୍ରମଣ ବଢ଼ୁଥିବାରୁ ସତର୍କ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଓ ଟିକା ଆସିଲେ ୨ରୁ ୧୮ବର୍ଷ ପିଲାଙ୍କୁ ଟିକା ଦିଆଯିବା କାମ ଆରମ୍ଭ ହେବ । ଆମେ ଶିଶୁଙ୍କୁ ଡିପିଟି ଓ ପୋଲିଓ ସବୁବେଳେ ଦେଉଛୁ । ତେଣୁ ଆମ ପାଖରେ ଟିକା ଦେବାକୁ ଲୋକଙ୍କ ଅଭାବ ନାହିଁ । ଭିତ୍ତିଭୂମିରେ ମଧ୍ୟ କୌଣସି ଆସୁବିଧା ନାହିଁ । ତେଣୁ ଟିକା ଆସିଲେ ସଙ୍ଗେ ସଙ୍ଗେ ଟିକାକରଣ ଆରମ୍ଭ ହେବ ।

Leave A Reply

Your email address will not be published.