ଛତିଶଗଡରେ ସୁରକ୍ଷା ବାହିନୀଙ୍କ ଦ୍ଵାରା ଏନକାଉଣ୍ଟରରେ ୯ ନକ୍ସଲ ନିହତ

64

ନୂଆଦିଲ୍ଲୀ: ଛତିଶଗଡର ଦନ୍ତେୱାଡା-ବିଜାପୁର ଜିଲ୍ଲା ସୀମାରେ ଥିବା ଲୋହାଗାଓଁ ପିଡିଆ ଜଙ୍ଗଲରେ ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ୯ ଜଣ ନକ୍ସଲ ନିହତ ହୋଇଥିବା ଖବର ରହିଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ନକ୍ସଲମାନଙ୍କର ପିଏଲଜିଏ କମ୍ପାନୀ ନମ୍ବର ୨ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ଯବାନମାନଙ୍କ ଦ୍ଵାରା ବର୍ତ୍ତମାନ ସୁଦ୍ଧା ୯ ଜଣ ନକ୍ସଲ ନିହତ ହୋଇଛନ୍ତି। ନକ୍ସଲମାନଙ୍କ ମୃତଦେହ ସହିତ SLR, ୩୦୩ ଏବଂ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ଏହାକୁ ବିଜେପୁର ଏସପି ଜିତେନ୍ଦ୍ର ଯାଦବ ନିଶ୍ଚିତ କରିଛନ୍ତି।

Comments are closed, but trackbacks and pingbacks are open.