୮ ନକ୍ସଲ ମୃତ, ଜଣେ ସୁରକ୍ଷା କର୍ମୀ ସହିଦ

84

ନୂଆଦିଲ୍ଲୀ: ସୁରକ୍ଷା କର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି । ଏନକାଉଣ୍ଟରରେ ୮ ଜଣ ନକ୍ସଲ ନିହତ ହୋଇଛନ୍ତି । ଛତିଶଗଡ଼ ଅବୁଝମାରରେ ଆଜି ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଦୀର୍ଘ ସମୟ ଧରି ଗୁଳିଚାଳନା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ପରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଆଉ ୮ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହି ଏନକାଉଣ୍ଟରରେ ଏକ ଦୁଃଖଦ ଘଟଣା ଘଟିଛି । ତାହା ହେଉଛି ଏଥିରେ ଜଣେ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି । ଏଥିସହ ଆଉ ୨ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି ।  ପୋଲିସ ଅଧିକାରୀଙ୍କ କହିବା ମୁତାବକ, ୧୨ ତାରିଖରୁ ଅବୁଝମାଡରେ ଥିବା କୁତୁଲ, ଫରସବେଡା, କୋଡତାମେଟା ଗାଁ ନିକଟ ଜଙ୍ଗଲରେ ମାଓ ଦମନ ଅଭିଯାନ ଆରମ୍ଭ ହୋଇଥିଲା  ଓଡ଼ିଆ ସ୍ପଷ୍ଟ ନୁ୍ୟଜ। ଏଥିରେ ନାରାୟଣପୁର- କୋଣ୍ଡାଗାଁଓ- କାଙ୍କେର-ଦାନ୍ତେୱାଡା ଜିଲ୍ଲାର ଡିଆରଜି, ସ୍ୱତନ୍ତ୍ର ସୁରକ୍ଷା ବଳ, ଓ ଆଇଟିବିପିର ଯବାନ ସାମିଲ ହୋଇଥିଲେ । ଆଜି ସକାଳୁ ସୁରକ୍ଷା ବଳ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଜୋରଦାର ହୋଇଥିବାବେଳେ ୮ ନକ୍ସଲଙ୍କୁ ଧରାଶାୟୀ କରିଥିଲେ ଯବାନ । ହେଲେ ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି ।

Comments are closed, but trackbacks and pingbacks are open.