ଖେରୀ ହିଂସାକାଣ୍ଡ ରେ ୮ ମୃତ : ଇଣ୍ଟରନେଟ ସେବା ବନ୍ଦ

27

ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲା ରେ ରବିବାର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବିଜେପି ନେତା ତଥା କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ଗସ୍ତ କୁ କୃଷକ ସଂଗଠନ ର ବିରୋଧ ବେଳେ ବ୍ୟାପକ ହିଂସା କାଣ୍ଡ ଘଟିଥିଲା I ଏହି ସମୟ ରେ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଗାଡି କୃଷକଙ୍କ ଉପରେ ଚଢିଯିବା ରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା Iଏଥିରେ ଆନ୍ଦୋଳନକାରୀ କୃଷକ ମାନେ ମନ୍ତ୍ରୀଙ୍କ କାର ସମେତ ୩ ଟି କାର ପୋଡି ଦେଇଥିଲେ I ଏହା ସହିତ କେନ୍ଦ୍ରମନ୍ତ୍ରୀଙ୍କ ଡ୍ରାଇଭର ଏବଂ ଅନ୍ୟ ୩ ବିଜେପି କର୍ମୀ ଙ୍କୁ ମଧ୍ୟ ପିଟିପିଟି ମାରି ଦେଇଥିବାର ଅଭିଯୋଗ ହୋଇଛି I ଏହି ହିଂସାକାଣ୍ଡ ବର୍ତ୍ତମାନ ଉଗ୍ର ରୂପ ନେବାରେ ଲାଗିଛି। ଏହାର ସ୍ଵର ଦିଲ୍ଲୀ ପର୍ଯ୍ୟନ୍ତ ଶୁଣିବାକୁ ମିଳିଲାଣି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଘଟଣାକୁ ନରସଂହାର ଦର୍ଶାଇଛନ୍ତି। ଏଥିସହ ସେ କିଷାନ ସତ୍ୟାଗ୍ରହ ଜିନ୍ଦାବାଦର ନାରା ମଧ୍ୟ ଦେଇଛନ୍ତି।

ରାହୁଲ୍ ଟ୍ଵିଟ୍ କରି କହିଛନ୍ତି, “ଯିଏ ଏହି ଅମାନବୀୟ ନରସଂହାର ଦେଖି ମଧ୍ୟ ଚୁପ୍ ରହିଛି, ସେ ପୂର୍ବରୁ ମରି ସାରିଛି। ମାତ୍ର ଏହି ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ- କିଷାନ ସତ୍ୟାଗ୍ରହ ଜିନ୍ଦାବାଦ !”

ସୂଚନାଯୋଗ୍ୟ, ରବିବାର କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରରଙ୍କ ଗାଁ ତିକୁଣିଆ ରେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ନିମନ୍ତ୍ରିତ ହୋଇଥିଲେ । କୁହାଯାଉଛି କେଶବ ମୌର୍ଯ୍ୟଙ୍କ ହେଲିକପ୍ଟର ଯେଉଁ ହେଲିପ୍ୟାଡ୍‌ରେ ଅବତରଣ କରିବାର ଥିଲା, ସେଠାରେ ଯୋଜନା ପୂର୍ବକ ସକାଳୁ ହିଁ କୃଷକ ମାନେ କଳା ପତାକା ନେଇ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଦେଇଥିଲେ । ବହୁତ ମନାଇବା ପରେ ମଧ୍ୟ କୃଷକ ହଟି ନଥିଲେ। ଏହି ସମୟରେ ସେଠାକୁ ବିଜେପି କର୍ମୀ ମଧ୍ୟ ପହଞ୍ଚି ଯାଇଥିଲେ। ଅଭିଯୋଗ ଅନୁସାରେ, ଏହି ସମୟରେ ବିଜେପି କାର୍ଯ୍ୟକର୍ତ୍ତା ସେଠାରେ ପହଞ୍ଚିଥିଲେ ଏବଂ ହଙ୍ଗାମା ଆରମ୍ଭ କରି ଦେଇଥିଲେ। ଏହି ସମୟରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଉଦ୍ଦ୍ୟେଶମୂଳକ ଭାବରେ ନିଜ କାର କୃଷକଙ୍କ ଉପରେ ମଡ଼ାଇ ଦେଇଥିଲେ I ଏଥିରେ ଚାରି ଜଣ କୃଷକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।
ଏହି ଘଟଣା କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅତ୍ୟନ୍ତ ଦୁଃଖଦାୟକ କହିବାସହ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି I ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜିଡିପି ମୁକୁଲ ଗୋଏଲ ଏଡିଜି ଆଇନ ବ୍ୟବସ୍ଥା ପ୍ରଶାନ୍ତ କୁମାରଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟେ ଏହି ଘଟଣାପରେ ଵିକେୟୁ ନେତା ରାକେଶ ଟୀକାୟତ ଘଟଣାସ୍ଥଳ କୁ ଯାଇଛନ୍ତି I ସେହିପରି ପ୍ରିୟଙ୍କା ଭଦ୍ରା କହିଛନ୍ତି ଯେ କୃଷକ ଙ୍କ ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ହେବ I
ଖେରୀ ହିଂସା କାଣ୍ଡ ଆଗକୁ ଯେମିତି ଆଧିକ ନ ବ୍ୟାପେ ଲଖିମପୁର ଜିଲ୍ଲା ପ୍ରଶାସନ ସେଠାରେ ଇଣ୍ଟରନେଟ ସେବାକୁ ବନ୍ଦ କରିଛନ୍ତି I

Leave A Reply

Your email address will not be published.