ସମ୍ଭାବ୍ୟ ବାତ୍ୟା ରେ ୭ ଜିଲ୍ଲା ହେବ ଆଧିକ ପ୍ରଭାବିତ : ଏସ୍‌ଆର୍‌ସି

27

ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା କହିଛନ୍ତି, ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ର ଆଶଙ୍କା ରହିଛି । ୨୬ ଓ ୨୭ ତାରିଖରେ ବର୍ଷା ପରିମାଣ ଅଧିକ ରହିବ। ହେଲେ ପବନର ବେଗ ଅଳ୍ପ ରହିବ। ବାତ୍ୟା ପ୍ରଭାବରେ ରାଜ୍ୟର ୭ଟି ଜିଲ୍ଲାରେ ଅଧିକ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରି।
ଏସ୍‌ଆର୍‌ସି ଆହୁରି କହିଛନ୍ତି, ଏହି ବାତ୍ୟା ‘ତିତଲି’ ଭଳି ହେବ ବୋଲି ଅନୁମାନ କରାଯାଉଛି। ବାତ୍ୟା ନେଇ କାଲିଠାରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ସହ ପ୍ରସ୍ତୁତି ଜାରି ରହିଛି। ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲା ସହ ନୟାଗଡ଼ରେ ଓଡ୍ରାଫରେ ୪୨ ଓ ଏନ୍‌ଡିଆର୍‌ଏଫ୍‌ରେ ୨୪ଟି ଟିମ୍ ମୁତୟନ କରାଯିବ। ପ୍ରବଳ ବର୍ଷା ଯୋଗୁ କେତେକ ସ୍ଥାନରେ ଫ୍ଲାସ୍ ଫ୍ଲଡ ହୋଇପାରେ। ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା ଆସିପାରେ। ଏଣୁ ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଭୂସ୍ଖଳନ ହୋଇପାରେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.