ବିଶ୍ୱର ସର୍ବବୃହତ ନିର୍ବାଚନ ଦେଖିବା ପାଇଁ ଭାରତ ଆସିଛନ୍ତି ୨୩ଟି ଦେଶର ୭୫ ପ୍ରତିନିଧି

1,160

ନୂଆଦିଲ୍ଲୀ: ନିର୍ବାଚନୀ ସଚ୍ଚୋଟତା ଏବଂ ସ୍ୱଚ୍ଛତାର ପ୍ରତୀକ ଭାବରେ ଭାରତର ନିର୍ବାଚନ ଆୟୋଗ ସର୍ବୋଚ୍ଚ ମାନର ସାଧାରଣ ନିର୍ବାଚନ ଆୟୋଜନ ପାଇଁ ନିଜର ପ୍ରତିବଦ୍ଧତାର ଉଦାହରଣ ଦେଇଛନ୍ତି। ଏହି କ୍ରମରେ ବିଶ୍ୱ ନିର୍ବାଚନ ପରିଚାଳନା ସଂସ୍ଥା (ଇଏମବି)ଗୁଡ଼ିକ ପାଇଁ ଗଣତାନ୍ତ୍ରିକ ଉତ୍କର୍ଷତାକୁ ପ୍ରତ୍ୟକ୍ଷ ଭାବେ ଦେଖିବା ଲାଗି ଏକ ସୁବର୍ଣ୍ଣ ସଂଯୋଗ ସେତୁ ପ୍ରଦାନ କରିଛନ୍ତି। ଚଳିତ ଲୋକସଭା ନିର୍ବାଚନ ୨୦୨୪ରେ ଭାରତୀୟ ନିର୍ବାଚନ ଆୟୋଗ ନିର୍ବାଚନ ଆଗନ୍ତୁକ କାର୍ଯ୍ୟକ୍ରମ ବା ଇଲେକ୍ସନ ଭିଜିଟର୍ସ ପ୍ରୋଗ୍ରାମ (ଆଇଇଭିପି) ଆୟୋଜନ କରି ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ଜାରି ରଖିଛନ୍ତି। ପ୍ରତିନିଧିଙ୍କ ଅଂଶଗ୍ରହଣର ବ୍ୟାପକତା ଏବଂ ପରିମାଣ ଦୃଷ୍ଟିରୁ ଏଭଳି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଛି। ଭୁଟାନ, ମଙ୍ଗୋଲିଆ, ଅଷ୍ଟ୍ରେଲିଆ, ମାଡାଗାସ୍କର, ଫିଜି, କିର୍ଗିଜ ରିପବ୍ଲିକ, ରୁଷ, ମୋଲଡୋଭା, ଟ୍ୟୁନିସିଆ, ସିଶେଲ୍ସ, କାମ୍ବୋଡିଆ, ନେପାଳ, ଫିଲିପାଇନ୍ସ, ଶ୍ରୀଲଙ୍କା, ଜିମ୍ବାୱେ, ବାଂଲାଦେଶ, କାଜାଖସ୍ତାନ, ଜର୍ଜିଆ, ଚିଲି, ଉଜବେକିସ୍ତାନ, ମାଳଦ୍ୱୀପ, ପାପୁଆ ନ୍ୟୁ ଗିନି ଏବଂ ନାମିବିୟା ଭଳି ୨୩ଟି ଦେଶର ବିଭିନ୍ନ ଇଏମବି ଏବଂ ନିର୍ବାଚନ ସଂଗଠନର ପ୍ରତିନିଧିତ୍ୱ କରୁଥିବା ୭୫ ଜଣ ପ୍ରତିନିଧି ଭାରତୀୟ ସାଧାରଣ ନିର୍ବାଚନ ବା ବିଶ୍ୱର ସର୍ବବୃହତ ନିର୍ବାଚନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ଇଲେକ୍ଟୋରାଲ ସିଷ୍ଟମ (ଆଇଏଫଇଏସ)ର ସଦସ୍ୟ ଏବଂ ଭୁଟାନ ଏବଂ ଇସ୍ରାଏଲର ଗଣମାଧ୍ୟମ ଦଳ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ। ମେ’ ୪ ତାରିଖ ଅର୍ଥାତ୍‌ ଆଜି ଠାରୁ ଆରମ୍ଭ ହେଉଥିବା ଥିବା ଏହି କାର୍ଯ୍ୟକ୍ରମରେ ବିଦେଶୀ ନିର୍ବାଚନ ପରିଚାଳନା ସଂସ୍ଥା (ଇଏମବି)ଗୁଡ଼ିକୁ ଭାରତର ନିର୍ବାଚନ ବ୍ୟବସ୍ଥାର ସୂକ୍ଷ୍ମତା ଏବଂ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଦ୍ୱାରା ବ୍ୟବହୃତ ସର୍ବୋତ୍ତମ ପ୍ରଥା ବିଷୟରେ ଅବଗତ କରାଇବାକୁ ପ୍ରୟାସ କରାଯାଉଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାର, ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର ଏବଂ ଡ. ସୁଖବୀର ସିଂ ସାନ୍ଧୁ ମେ ୫ ତାରିଖ, ଆସନ୍ତାକାଲି ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିବେ । ଏହାପରେ ପ୍ରତିନିଧିମାନେ ୬ଟି ରାଜ୍ୟ – ମହାରାଷ୍ଟ୍ର, ଗୋଆ, ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଗସ୍ତ କରି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଓ ଆନୁସଙ୍ଗିକ ପ୍ରସ୍ତୁତି ଅନୁଧ୍ୟାନ କରିବେ। ଏହି କାର୍ଯ୍ୟକ୍ରମ ୨୦୨୪ ମେ’ ୯ ତାରିଖରେ ଶେଷ ହେବ।

6 Comments
  1. website

    website

    ବିଶ୍ୱର ସର୍ବବୃହତ ନିର୍ବାଚନ ଦେଖିବା ପାଇଁ ଭାରତ ଆସିଛନ୍ତି ୨୩ଟି ଦେଶର ୭୫ ପ୍ରତିନିଧି

  2. Labeling Machine

    Labeling Machine

    ବିଶ୍ୱର ସର୍ବବୃହତ ନିର୍ବାଚନ ଦେଖିବା ପାଇଁ ଭାରତ ଆସିଛନ୍ତି ୨୩ଟି ଦେଶର ୭୫ ପ୍ରତିନିଧି

  3. Packaging Machine

    Packaging Machine

    ବିଶ୍ୱର ସର୍ବବୃହତ ନିର୍ବାଚନ ଦେଖିବା ପାଇଁ ଭାରତ ଆସିଛନ୍ତି ୨୩ଟି ଦେଶର ୭୫ ପ୍ରତିନିଧି

  4. Labeling Machinery

    Labeling Machinery

    ବିଶ୍ୱର ସର୍ବବୃହତ ନିର୍ବାଚନ ଦେଖିବା ପାଇଁ ଭାରତ ଆସିଛନ୍ତି ୨୩ଟି ଦେଶର ୭୫ ପ୍ରତିନିଧି

  5. Packaging Equipment

    Packaging Equipment

    ବିଶ୍ୱର ସର୍ବବୃହତ ନିର୍ବାଚନ ଦେଖିବା ପାଇଁ ଭାରତ ଆସିଛନ୍ତି ୨୩ଟି ଦେଶର ୭୫ ପ୍ରତିନିଧି

  6. Services

    Services

    ବିଶ୍ୱର ସର୍ବବୃହତ ନିର୍ବାଚନ ଦେଖିବା ପାଇଁ ଭାରତ ଆସିଛନ୍ତି ୨୩ଟି ଦେଶର ୭୫ ପ୍ରତିନିଧି

Comments are closed, but trackbacks and pingbacks are open.