ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୭୩% ଭୋଟିଂ: ନଗଡ଼ାରେ ୮୩% ମତଦାନ,ରାଜ୍ୟ ନିର୍ବାଚନ କମିଶନ

10

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ର ମତଦାନ ଶେଷ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ୭୩% ମତଦାନ ହୋଇଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସୁରୁଖୁରୁରେ ଶେଷ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି । ଚୂଡ଼ାନ୍ତ ସଂଖ୍ୟା ଆସିଲେ ଭୋଟ ପ୍ରତିଶତ ବଢ଼ିପାରେ । ୪ରୁ ୫ଟି ସ୍ଥାନରେ ଭୋଟ୍ ଗ୍ରହଣ ବାଧାପ୍ରାପ୍ତ ହୋଇଛି । ଜିଲ୍ଲାପାଳମାନଙ୍କ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ।’
ଯାଜପୁର ଜିଲ୍ଲା ନଗଡ଼ାରେ ୨୦ ବର୍ଷ ପରେ ଭୋଟିଂ ହୋଇଛି । ନଗଡ଼ାରେ ଚଳିତଥର ମତଦାନ ଭଲ ହୋଇଛି । ଆଜି ହୋଇଥିବା ଭୋଟ ଗ୍ରହଣରେ ନଗଡ଼ାରେ ୮୩% ମତଦାନ ହୋଇଛି ।ସେହିଭଳି ମାଓ ପ୍ରବଣ ଅଂଚଳ ନିୟମଗିରି ତ୍ରିଲୋଚନପୁରରେ ବି ୮୦% ମତଦାନ ରହିଛି ।

Comments are closed, but trackbacks and pingbacks are open.