ନିର୍ମାଣାଧୀନ ସୁଡ଼ଙ୍ଗରେ ପାଣି ପଶିଯିବାରୁ ୭ ଶ୍ରମିକ ମୃତ,୧୪ ଆହତ

13

ଉତ୍ତରାଖଣ୍ଡ: ଚମୋଲିରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗ ଭିତରେ ପାଣି ପସିଯିବାରୁ ସୁଡ଼ଙ୍ଗରେ କାମ କରୁଥିବା ୭ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୪ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଦୁର୍ଘଟଣା ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟାରେ ଘଟିଥିଲା । ହଠାତ୍ ଆବର୍ଜନା ଭର୍ତ୍ତି ପାଣି ସୁଡ଼ଙ୍ଗ ଭିତରକୁ ପସି ଯାଇଥିଲା ଯାହାଫଳରେ ପାଖାପାଖି ୨୨ ଜଣ ଶ୍ରମିକ ସୁଡଙ୍ଗ ଭିତରେ ଫସି ଯାଇଥିଲେ । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା, ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF), ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF) ଏବଂ ଅନ୍ୟାନ୍ୟ ସଂସ୍ଥାର ଦଳଗୁଡ଼ିକୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଥିଲା । ଉଦ୍ଧାରକାରୀ ଦଳ ପ୍ରଥମେ ସୁଡଙ୍ଗରୁ ଆବର୍ଜନା ସଫା ସହିତ ପାଣି ନିଷ୍କାସନ କରିବା ପରେ ଭିତରେ ଫସି ରହିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲେ l ଆହତଙ୍କୁ ଉଦ୍ଧାର କରାଯାଇ ପିପଲକୋଟିର ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ l

Comments are closed, but trackbacks and pingbacks are open.