ନଦୀକୁ ସେନା ଗାଡି ଓଲଟି ୭ ଯବାନ ଙ୍କ ଦୁଖଦଃ ମୃତ୍ୟୁ

27

ଲଦାଖରେ ସେନା ଗାଡି ଦୁର୍ଘଟଣାରେ ୭ ଜଣ ଭାରତୀୟ ଯବାନଙ୍କ ଦୁଖଦଃ ମୃତ୍ୟୁ ଘଟିଛି । ଲଦାଖର ତୁର୍ତ୍ତୁକ୍ ସେକ୍ଟରରେ ସ୍ୟୁକ୍‌ ନଦୀରେ ଘଟିଥିବା ଏହି ଦୁର୍ଘଟଣାରେ ଅନେକ ଯବାନ ଗୁରୁତର ଆହତ ହୋଇଛନ୍ତି । ଗାଡ଼ିଟି ୨୬ ଜଣ ସୈନ୍ୟ ଙ୍କୁ ନେଇ ଯାତ୍ରା କରୁଥିବା ସମୟରେ ପ୍ରାୟ ୫୦ରୁ ୬୦ଫୁଟ୍ ତଳକୁ ଖସିପଡ଼ି ଥିଲା । ସମସ୍ତ ସୈନ୍ୟ ହନିଫ୍‌ର ସବସେକ୍ଟର ରୁ ପାର୍ତ୍ତାପୁରର ଏକ ଟ୍ରଞ୍ଜିଟ୍‌ କ୍ୟାମ୍ପକୁ ଯାତ୍ରା କରୁଥିଲେ। ଥୋଏସ୍ ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ସକାଳ ପ୍ରାୟ ୯ ଟା ବେଳେ ଗାଡିଟି ରାସ୍ତାରୁ ଓହ୍ଲାଇ ପ୍ରାୟ ୫୦ -୬୦ ଫୁଟ ତଳେ ସ୍ୟୁକ ନଦୀକୁ ଖସିପଡିଥିଲା। ଖବର ପାଇ ଭାରତୀୟ ସେନା ପକ୍ଷରୁ ଉଦ୍ଧାର କରାଯାଇଛି। ଆହତ ସୈନ୍ୟ ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭାରତୀୟ ବାୟୁସେନା ପକ୍ଷରୁ ହେଲିକପ୍ଟର ସହାୟତା ଯୋଗାଇ ଦିଆଯାଇଛି ଯାହାଦ୍ୱାରା ଗୁରୁତର ସୈନ୍ୟ ମାନଙ୍କୁ ୱେଷ୍ଟର୍ନ କମାଣ୍ଡକୁ ନିଆଯାଇପାରିବ | ଏ ସମ୍ପର୍କରେ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି।

Comments are closed, but trackbacks and pingbacks are open.