ବିଡିଏ ଏନ୍‌ଫୋର୍ସମେଣ୍ଟ ପାଇଁ ୬୭ଟି ନୂତନ ପଦବୀକୁ ମିଳିଲା ଅନୁମୋଦନ

159

ଭୁବନେଶ୍ବର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଏନ୍‌ଫୋର୍ସମେଣ୍ଟ ବ୍ୟବସ୍ଥା ଅଧିକ ଦକ୍ଷ ଓ କ୍ରିୟାଶୀଳ ହେବ। ଗୁରୁବାର ଏନ୍‌ଫୋର୍ସମେଣ୍ଟ ପାଇଁ ୬୭ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ସୂଚନା ମୁତାବକ, ରାଜ୍ୟ ପୁଲିସ ପ୍ରଶାସନ ପକ୍ଷରୁ ଏହି ପଦବୀ ସୃଷ୍ଟି ହେବ। ଏହି ପଦବୀଗୁଡିକ ପୂରଣ ହେବା ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏବଂ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ୱିତ ହେବ। ୧ଟି ଆସିଷ୍ଟାଷ୍ଟ କମିଶନର, ୬ଟି ଏଏସଆଇ ଏବଂ ୬୦ଟି କନଷ୍ଟେବଳ ପଦବୀକୁ ଅନୁମୋଦନ ମିଳିଛି।

Comments are closed, but trackbacks and pingbacks are open.