ବ୍ରହ୍ମପୁର ପୌର ନିର୍ବାଚନ ପ୍ରଚାର ରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

29

ପୌର ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି I ପଂଚାୟତ ନିର୍ବାଚନ ରେ ଫେଲ ମାରିଥିବା ବିଜେପି ପୌର ନିର୍ବାଚନ ପାଇଁ ପୁରା ଦମ ରେ ଲାଗି ପଡିଛି ଇ ତେବେ ନିର୍ବାଚନ ପ୍ରଚାର ମୈଦାନ ରେ ବିଜେପି ର କୌଣସି ବଡ଼ ମୁଣ୍ଡି ଙ୍କର ଏ ଯାଏ ଆବିର୍ଭାବ ହୋଇ ନାହିଁ I କିନ୍ତୁ ରାଜ୍ୟ ଦଳୀୟ ନେତା ଏବଂ କେନ୍ଦ୍ରମନ୍ତ୍ରୀ ନିଜର ପାଟ ପଟୁଆର ଧରି ପ୍ରଚାର ମୈଦାନ ରେ ରଣହୁଙ୍କାର ଦେଉଛନ୍ତି I ବିଜେପି ର କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଭୁବନେଶ୍ୱର ମହାନିଗମ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ଙ୍କ ପାଇଁ ପ୍ରଚାର ସାରି ବର୍ତ୍ତମାନ ବହ୍ମପୁର ମହାନଗର ନିଗମ ପାଇଁ ବିଜେପିର ମେୟର ପ୍ରାର୍ଥୀ ଡାକ୍ତର ସବିତା ସୁଆର ପାଣିଗ୍ରାହୀଙ୍କ ପାଇଁ ଜୋର ଦାର ପ୍ରଚାର କରିଛନ୍ତି ବିଶ୍ୱେଶ୍ୱର ଟୁଡୁ I ଏଥିସହ ପ୍ରଚାର କାର୍ଯ୍ୟକ୍ରମରେ ଓଡିଆ ଚଳଚ୍ଚିତ୍ର ଜଗତର ଅନେକ କଳାକାର ବହ୍ମପୁର ଲାଞ୍ଜିପଲୀ ବାଗଦେବୀ ମନ୍ଦିର ନିକଟରୁ ବାହାରି ଗୋପାଳପୁର ନିର୍ବାଚନୀ ମଣ୍ଡଳୀର ୬ଟି ୱାର୍ଡ ପ୍ରଚାର କରିଛନ୍ତି । ଏହା ସହ ମେୟର ପ୍ରାର୍ଥୀ ସବିତା ସୁଆରଙ୍କୁ ଜିତେଇବା ପାଇଁ ଭୋଟରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ଓ ବିଜେପି ଜିଲ୍ଲା ସଭାପତି ।

Comments are closed, but trackbacks and pingbacks are open.