ଆବୁଧାବି ବିମାନ ବନ୍ଦରରେ ଡ୍ରୋନ ଆକ୍ରମଣ :୨ ଭାରତୀୟ,୧ ପାକିସ୍ତାନୀ ମୃତ

0 30

ଆବୁଧାବି ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଆଜି ଭୟଙ୍କର ବିସ୍ଫୋରଣ ଘଟିଛି । ଡ୍ରୋନ ସାହାଯ୍ୟରେ ଏହି ଆକ୍ରମଣ କରାଯାଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ବିସ୍ଫୋରଣରେ ଦୁଇ ଜଣ ଭାରତୀୟଙ୍କ ସହିତ ଜଣେ ପାକିସ୍ତାନୀ ଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ସୂଚନା ମିଳିଛି I ଏହା ଛଡ଼ା ଅନ୍ୟ ୬ ଜଣ ଆହତ ନାଗରିକ ହୋଇଛନ୍ତି । ତେବେ ଏୟାରପୋର୍ଟରେ ଥିବା ୩ଟି ତେଲ ବୋଝେଇ ଟ୍ୟାଙ୍କର ଉପରେ ଏପରି ହମଲା କରାଯାଇଥିଲା ଫଳରେ ଭୟଙ୍କର ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟିଛି। ୟୁଏଇରେ ହୋଇଥିବା ଏହି ଆକ୍ରମଣ ପାଇଁ ୟେମନର ଇରାନ ସମର୍ଥିତ ଇହୁଦି ବିଦ୍ରୋହୀ ଗୋଷ୍ଠୀ ନିଜକୁ ଦାୟୀ କରିଛନ୍ତି ।

ବିଦ୍ରୋହୀମାନେ ମୁସାଫ୍‌ଫ ଅଞ୍ଚଳରେ ଡ୍ରୋନ ସହାୟତାରେ ଆକ୍ରମଣ କରିଥିବା ଆବୁଧାବି ପୋଲିସ କହିଛି । ବିସ୍ଫୋରଣ ପରେ ନିଆଁ ଆବୁଧାବି ବିମାନ ବନ୍ଦର ପର୍ଯ୍ୟନ୍ତ ବ୍ୟାପିଥିଲା । ଘଟଣା ସୋମବାର ସକାଳେ ଘଟିଥିବା ଜଣାପଡିଛି । ଆବୁଧାବି ପୋଲିସର ସୂଚନା ଅନୁସାରେ ତେଲ ଟ୍ୟାଙ୍କର ଉପରେ ବିସ୍ଫୋରଣ କରାଯାଇଥିଲା। ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ, ଆବୁଧାବି ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂଆ ନିର୍ମାଣ ସ୍ଥଳ ପର୍ଯ୍ୟନ୍ତ ନିଆଁ ବ୍ୟାପିଥିଲା । ତେବେ ଏଥିରେ ବିମାନ ବନ୍ଦରର ବେଶି କ୍ଷତି ହୋଇ ନଥିବା ଜଣାପଡିଛି। ତେବେ ଆକ୍ରମଣ ପୂର୍ବରୁ ଆକାଶରେ ସନ୍ଦିଗ୍ଧ ଡ୍ରୋନ ଦେଖାଦେଇଥିବା ଆବୁ ଧାବି ପୋଲିସ କହିଛି। ଅନ୍ୟପକ୍ଷରେ ସାମ୍ନାକୁ ଆସିଥିବା ଭିଡିଓ ଓ ଫଟୋରେ ବିସ୍ଫୋରଣ ପରେ ତେଲ ଟ୍ୟାଙ୍କରଗୁଡ଼ିକ ହୁହୁ ହୋଇ ଜଳୁଥିବା ଦେଖିବାକୁ ମିଳୁଛି। ଲୋକମାନେ ଭୟରେ ଏଣେତେଣେ ଦୌଡ଼ୁ ଥିବା ବେଳେ କଳା ଧୂଆଁ ପୂରା ପରିବେଶକୁ ଢାଙ୍କିଥିବାର ଦୃଶ୍ୟ ରହିଛି।

Leave A Reply

Your email address will not be published.