ଅଢେଇ ଘଣ୍ଟିଆ କଟକଣା  

130

ସନ୍ଧ୍ୟାରେ କଟକ ଏବଂ ଭୁବନେଶ୍ୱରରେ ଦେଖା ଦେଉଥିବା ଅସମ୍ଭାଳ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଭାରିଯାନ ଚଳାଚଳ ଉପରେ କମିଶନରେଟ ପୋଲିସ କଟକଣା ଜାରି କରିଛି । ଟ୍ୱିନ୍‌ସିଟି ମଧ୍ୟରେ ଯାଇଥିବା NH ଓ ରାଜ୍ୟ ରାଜପଥରେ କଟକଣା ଲାଗୁ କରାଯାଇଛି। ସନ୍ଧ୍ୟା ୫ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଅଢେଇ ଘଣ୍ଟା ପାଇଁ କଟକଣା ଲାଗୁ ହେବ। ଏହି ସମୟ ମଧ୍ୟରେ ୬ ଚକିଆ ଯାନର ସହର ପ୍ରବେଶ ଉପରେ କଟକଣା ରହିବ।

୬ ଚକିଆ ଯାନ ପୀତାପଲ୍ଲୀ ପଟୁ ଭୁବନେଶ୍ୱର ଆଡ଼କୁ ଯାଇପାରିବେନି। ସେହିପରି ସନ୍ଧ୍ୟାରେ ମଙ୍ଗୁଳି ଛକ ପଟୁ କଟକକୁ ମଧ୍ୟ ପଶିବନି ୬ ଚକିଆ ଯାନ। ଆଜିଠାରୁ ଅନିର୍ଦ୍ଦଷ୍ଟ କାଳ ଯାଏ ଏହି କଟକଣା ବଳବତ୍ତର ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି।

Comments are closed, but trackbacks and pingbacks are open.