ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା, ଦୂର ହେବ ସମସ୍ୟା

90

ଭୁବନେଶ୍ୱର: ପଳାଶୁଣୀରୁ ହଂସପାଳ ମଧ୍ୟରେ ବଢୁଥିବା ଟ୍ରାଫିକ୍ କୁ କମାଇବାକୁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସଡକ କର୍ତ୍ତୃପକ୍ଷ । ଦୀର୍ଘ ଦିନ ଧରି ସକାଳେ ଏବଂ ସନ୍ଧ୍ୟା ସମୟରେ ଭୟାବହ ଟ୍ରାଫିକ୍ ଜାମ୍ ସୃଷ୍ଟି ହେଉଥିଲା । ବିଶେଷକରି କଟକ–ଭୁବନେଶ୍ୱର ମଧ୍ୟରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ବଡ଼ ସମସ୍ୟା ହୋଇପଡିଥିଲା । ଭିଡ ନିୟନ୍ତ୍ରଣ କରିବା ପାଇଁ ପଳାଶୁଣୀରେ ଆଉ ଗୋଟିଏ ନୂଆ ବ୍ରିଜ୍ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛି ଏନଏଚଏଆଇ। ବର୍ତ୍ତମାନ ୪ ଲେନ୍ ଥିବା ଏହି ରାସ୍ତାକୁ ୬ ଲେନ୍ କରିବା ପ୍ରସ୍ତାବ ରହିଛି । ଏ ନେଇ ସୂଚନା ଦେଇଛନ୍ତି ଏନଏଚଏଆଇ ଓଡିଶା ମୁଖ୍ୟ ବୀରେନ୍ଦ୍ର ସିଂ। ୨୫ କୋଟି ଟଙ୍କାର ବ୍ୟୟବରାଦ ସହ ଦେଢ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସାଧାରଣ ଲୋକଙ୍କୁ ଭିଡ଼ ଯନ୍ତ୍ରଣାରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି ।

Comments are closed, but trackbacks and pingbacks are open.