୬ଜଣ ପିଲାଙ୍କୁ ନେଇ ଚାଲିଛି 5T ବିଦ୍ୟାଳୟ

57

ଗଞ୍ଜାମ: ସାଧାରଣତଃ ସ୍କୁଲମାନଙ୍କରେ ପିଲା ଅନୁଯାୟୀ ଶିକ୍ଷକଙ୍କ ସଂଖ୍ୟା କମ୍ ଥିବା ଅଭିଯୋଗ ଆପଣ ଶୁଣିଥିବେ । କିନ୍ତୁ କେବେ ପିଲାଙ୍କ ତୁଳନାରେ ଶିକ୍ଷକଙ୍କ ସଂଖ୍ୟା ଅଧିକ ଥିବା ଆପଣ ଶୁଣିଛନ୍ତି କି ? ଏମିତି ଏକ ସ୍କୁଲ୍ ଅଛି ଆମ ରାଜ୍ୟର ଗଞ୍ଜାମ ଜିଲ୍ଲାରେ । ଏଠାରେ ଛାତ୍ରୀ ସଂଖ୍ୟା ଠାରୁ ଶିକ୍ଷକ ଓ କର୍ମଚାରୀଙ୍କ ଅଧିକ ।

ଗଞ୍ଜାମ ଜିଲ୍ଲାର ପ୍ରମୁଖ ସହର ବ୍ରହ୍ମପୁର ଠାରୁ ମାତ୍ର 20 କିଲୋମିଟର ଦୂରରେ ଗୋପାଳପୁର ବେଳାଭୂମିରେ 1992 ରୁ ଗୋପାଳପୁର ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାପିତ ହୋଇଛି । ଏଠାରେ ଅଛନ୍ତି 6 ଜଣ ଶିକ୍ଷକ ଶିକ୍ଷୟତ୍ରୀ ସାଙ୍ଗକୁ ଜଣେ କିରାଣୀ ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । କିନ୍ତୁ ବିଦ୍ୟାଳୟରେ ମାତ୍ର 6 ଜଣ ଛାତ୍ରୀ । ସେଥିରୁ 3 ଜଣ ନବମ ଶ୍ରେଣୀର ଏବଂ ଅନ୍ୟ 3 ଜଣ ଦଶମ ଶ୍ରେଣୀର ।

ଯେଉଁ ଛାତ୍ରୀମାନେ ଅଛନ୍ତି ସେମାନେ ସବୁ ଦିନ ଆସୁନାହାଁନ୍ତି । ଫଲରେ ଶିକ୍ଷକ ଶିକ୍ଷୟିତ୍ରୀ ବସି ବସି ଘରକୁ ଫେରୁଛନ୍ତି । ଉପସ୍ଥାନ କମିବା ସଂପର୍କରେ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, ନିକଟରେ ଥିବା 5-ଟି ପି.ଏମ୍ ହାଇସ୍କୁଲର ସ୍ମାର୍ଟ କ୍ଲାସ ପ୍ରତି ଆକୃଷ୍ଟ ହୋଇ ସେଠାକୁ ଚାଲିଯାଉଛନ୍ତି ଛାତ୍ରୀ ।

Comments are closed, but trackbacks and pingbacks are open.