ଜାନୁଆରୀ ୨୬ପୂର୍ବରୁ ଓଡ଼ିଶାରେ ୫-ଜି ସେବା : ଅଶ୍ୱିନୀ ବୈଷ୍ଣବ

30

ଭୁବନେଶ୍ୱର  : ଜାନୁଆରୀ ୨୬ପୂର୍ବରୁ ଓଡିଶାରେ 5G ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏ ନେଇ ଘୋଷଣା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଓଡିଶାକୁ ପ୍ରଥମ ପର୍ୟ୍ୟାୟରେ 5G ସେବା ମିଳିବ । ଯାହା ଏବେ ଖୁବଶୀଘ୍ର ପୂରଣ ହେବାକୁ ଯାଉଛି । ଭୁବନେଶ୍ୱର ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ପରିଣତ କରାଯିବ ବୋଲି ସେ କହିଛନ୍ତି । ଜର୍ମାନୀ, ଜାପାନ ଭଳି ଝଲକ ମଧ୍ୟ ଏଠାରେ ଦେଖିବାକୁ ମିଳିବ । ଏ ନେଇ ଟେଣ୍ଡର ହୋଇଛି, ଖୁବଶୀଘ୍ର କାମ ମଧ୍ୟ ଆରମ୍ଭ କରାଯିବ । କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଯେଉଁ ଯେଉଁ ଗାଁରେ ମୋବାଇଲ ଟାୱାର ନ ଥିଲା, ତାର ସର୍ଭେ  କରିବା ପାଇଁ ମୋଦି ଜି ମୋତେ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ଗାଁରେ ନେଟୱାର୍କ ପହଞ୍ଚିବା ଦରକାର ବୋଲି କହିଥିଲେ। ଓଡ଼ିଶାର ପ୍ରତି ଗାଁରେ ନେଟୱାର୍କ ପହଞ୍ଚିବ ବୋଲି ମୋଦି ନିଷ୍ପତ୍ତି ନେଇଛନ୍ତି। ରେଳର ବିକାଶ ପାଇଁ ଆଦୌ ରାଜନୀତି ନ ହେଉ ବୋଲି ସେ କହିଛନ୍ତି  । ସେ ଆହୁରି ମଧ୍ୟ କହିଛନ୍ତି, ସାଢେ ୪କୋଟି ଓଡିଆଙ୍କ ବିକାଶ ଦାୟିତ୍ୱ ନରେନ୍ଦ୍ର ମୋଦୀ ନେଇଛନ୍ତି । ରାଜନୀତିରୁ ଉର୍ଦ୍ଧ୍ବ ରହି ବିକାଶ ପ୍ରତି ଧ୍ୟାନ ଦିଆଯାଉ । ଅର୍ଥ, ଜମି, ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ହୋଇପାରିବ । ରାଜ୍ୟ ସରକାର ଜମି ପାଇଁ ଅନୁମତି ଦେଲେ ପ୍ରକଳ୍ପ ଆଗେଇବ । ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ ପାଇଁ ଆଜି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁର ରାଉତରାୟ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.