ରାଜ୍ୟରେ ୫୨୪ଜଣ ସଂକ୍ରମିତ ଚିହ୍ନଟ ସେଥିରୁ ୭୫ ଜଣ ୧୮ ରୁ କମ ବୟସ ର

29

ରାଜ୍ୟରେ କରୋନା ସଂକ୍ରମଣ ହାର ବର୍ତ୍ତମାନ ସାମାନ୍ୟ ତଳ ଉପର ହେଉଛି I ମୃତ୍ୟୁ ସଂଖ୍ୟା ହାର କମିଥିଲେ ମଧ୍ୟ ନିକଟରେ ରାଜଧାନୀ ରେ ଏକ ଆପାର୍ଟମେଣ୍ଟ ରେ ୨୦ ଜଣ ସଂକ୍ରମିତ ଚିହ୍ନଟ ହେବାରୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି I ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୨୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇ524 ସେମାନଙ୍କ ମଧ୍ୟରୁ ୭୫ ଜଣ ୧୮ ବର୍ଷରୁ କମ୍ ବର୍ଗର। ୪୭୮ ସଂକ୍ରମିତଙ୍କ ମଧ୍ୟରୁ ୩୦୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୧୮ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୋଳରୁ ୬ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୦, ଭଦ୍ରକରୁ ୩, ବଲାଙ୍ଗିରରୁ ଜଣେ, କଟକରୁ ୭୫, ଦେବଗଡ଼ରୁ ୨, ଢେଙ୍କାନାଳରୁ ଜଣେ, ଗଞ୍ଜାମ ୩, ଜଗତସିଂହପୁର ୧୫, ଯାଜପୁର ୧୪, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ା ୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦୁଝର ୩, କୋରାପୁଟ ୩,ମାଲକାନଗିରି ଜଣେ, ମୟୂରଭଞ୍ଜ ୨୨, ନୟାଗଡ଼ ୩, ନୂଆପଡ଼ାରୁ ଜଣେ, ପୁରୀ ୧୩, ରାୟଗଡ଼ା ୨, ସମ୍ବଲପୁର ୮, ସୁନ୍ଦରଗଡ଼ ୧୧ ଓ ଷ୍ଟେଟପୁଲ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୦ ୫୧୮ କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୦,୧୭,୧୧ ୬ସୁସ୍ଥ ହୋଇ ସାରିଥିବା ବେଳେ ୫,୧୧୧ ଜଣ ଚିକିତ୍ସାଧୀନ ଅଛନ୍ତି।

Leave A Reply

Your email address will not be published.