ଘରୁ ମଶା ବାହାରିଲେ 1000 ଟଙ୍କା ଫାଇନ୍ : BMC

1,275

ଭୁବନେଶ୍ୱର: ଆପଣଙ୍କ ଘରୁ ମଶା ବାହାରିଲେ ଗଣିବେ ତଣ୍ଡ । ଘରୁ ମଶା ମିଳିଲେ 1000 ଟଙ୍କା ଫାଇନ୍ ଗଣିବେ ଗୃହକର୍ତ୍ତା । ଏମିତି ଏକ ଅଜବ ନିୟମ କରିଛି ଭୁବନେଶ୍ୱର ମହାନଗର ନିଗମ । ଅଗଷ୍ଟ 15 ରୁ କାର୍ଯ୍ୟକାରୀ ହେବ ଏହି ନୂଆ ନିୟମ ।

ବିଏମସି ପକ୍ଷରୁ ସହରରେ ଘର ଘର ବୁଲି ମଶା ଯାଞ୍ଚ କରାଯିବ । କାହା ଘରେ ଡେଙ୍ଗୁ ମଶା ମିଳିଲେ ତାକୁ ଫାଇନ୍ ଦେବାକୁ ହେବ । ଘର ସନ୍ଧି, ଖଟ ତଳେ ପଶି ମଶା ଖୋଜାଯିବ । ଖାଲି ସେତିକି ନୁହେଁ ସରକାରୀ-ବେସରକାରୀ କାର୍ଯ୍ୟାଳୟରୁ ମଶା ବାହାରିଲେ 5000 ଟଙ୍କା ଫାଇନ୍ ଲାଗିବ । ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ନିର୍ଦ୍ଦେଶନାମାରେ ଜାରି ହୋଇଛି ଯେ, ଦିନକୁ ଦିନ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର୍ ହେଲାଣି । ଘର ଚାରିପଟେ ଭଙ୍ଗା ଗାଡ଼ି, ସୋଲ, ଥାଳି, ଟାୟାର ସଫା କରିବାକୁ ହେବ । 15 ଅଗଷ୍ଟ ସୁଦ୍ଧା ସବୁ ଅଳିଆ ସଫଆ କରିବାକୁ ହେବ । ନହେଲେ ବିଏମସି ନଜରରେ ପଡ଼ିଲେ ତଣ୍ଡ ଗଣିବାକୁ ହେବ । ଏହାପରେ ସ୍ୱଚ୍ଛସାଥୀ, ଆଶା, ଅଙ୍ଗନବାଡ଼ି ଦିଦି, ବିଏମ୍‌ସି କର୍ମଚାରୀ ପ୍ରତି ଘର ଅଚାନକ ଗସ୍ତ କରିବେ । ଯଦି କୌଣସି ଘରୁ ମଶା, ଲାର୍ଭା ବାହାରେ ତେବେ ସଙ୍ଗେ ସଙ୍ଗେ ଜରିମାନା କରାଯିବ । କାର୍ଯ୍ୟାଳୟରେ ସର୍ବାଧିକ ମଶା ବାହାରୁଛନ୍ତି । ଫୁଲକୁଣ୍ଡ, ଛାତ ଉପରେ ପାଣି ଜମିବାରୁ ଏପରି ପରିସ୍ଥିତି ଉପୁଜୁଛି । ତେଣୁ ସରକାରୀ-ବେସରକାରୀ କାର୍ଯ୍ୟାଳୟ ଜରିମାନାରୁ ବାଦ୍‌ ପଡ଼ିବନି । ବିଏମ୍‌ସି କର୍ମଚାରୀ ସେଠାରେ ପହଞ୍ଚି ମଶା ଖୋଜିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ବ୍ୟବସାୟିକ ଅନୁଷ୍ଠାନରେ ମଧ୍ୟ ସମାନ ନିୟମ ଲାଗୁ କରାଯିବ । ସୂଚନାଥାଉ କି, ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ 2 ଜଣ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । ରାଜଧାନୀରେ 924 ସାମ୍ପଲ ଟେଷ୍ଟ ହେଇଥିବା ବେଳେ 427 ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 10 ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

Comments are closed, but trackbacks and pingbacks are open.