ଭୁବନେଶ୍ୱର ; ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି । ଉଭୟ କୋର୍ଟ କାର୍ଯ୍ୟକୁ ବିଳମ୍ବିତ କରୁଥିବାରୁ ସେମାନଙ୍କୁ ଦଣ୍ଡ ଦିଆଯାଇଛି । ଅନୁଭବ ଓ ବର୍ଷା କୋର୍ଟରେ ୫ ହଜାର ଟଙ୍କା ଜମା କରିବାକୁ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କାରବାରରେ ଉଭୟ ଅଯଥା ବିଳମ୍ବିତ କରିଛନ୍ତି । ବାରମ୍ବାର ତାରିଖ ସତ୍ୱେ ବର୍ଷା କୋର୍ଟକୁ ଆସୁନଥିଲେ । ଅନୁଭବ ମଧ୍ୟ ଛାଡ଼ପତ୍ର ପିଟିସନରେ ଅନୁଭବ ଭୁଲ ବିବାହ ସ୍ଥାନ ଦେଇଥିଲେ । ବର୍ଷା ଓ ଅନୁଭବଙ୍କ ପକ୍ଷରୁ ଦାଖଲ ଆବେଦନକୁ ବି କୋର୍ଟ ଗ୍ରହଣ କରିଛନ୍ତି । ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା କୋର୍ଟଙ୍କୁ ଆବେଦନ କରିଥିଲେ । ସେହିପରି ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବ ବି ଆବେଦନ କରିଥିଲେ । ଉଭୟଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟଯେ, ଓଲିଉଡ଼ର ଏହି ଷ୍ଟାର ଦମ୍ପତିଙ୍କ ବିବାଦ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟିକରିଛି । ଅନୁଭବ ଏନେଇ ଦିଲ୍ଲୀରେ ବି ମାମଲା କରିଛନ୍ତି । ନିକଟରେ ଅନୁଭବଙ୍କ ସିକ୍ୟୁରିଟି ଗାର୍ଡ ବର୍ଷାଙ୍କ ବିରୋଧରେ ଏତଲା କରିଥିଲେ । ଯାହାକୁ ନେଇ ବର୍ଷା ଅକଳରେ ପଡ଼ିଯାଇଛନ୍ତି ।
Comments are closed, but trackbacks and pingbacks are open.