ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ପାଇଁ ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ
ଭୁବନେଶ୍ୱରର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଗାଡ଼ି ମୋଟର ସଂଖ୍ୟାରେ ମଧ୍ୟ୍ୟ ବୃଦ୍ଧି ଘଟୁଛି । ସେହି ଦୃଷ୍ଟିରୁ ଭୁବନେଶ୍ୱରରେ ଟ୍ରାଫିକ୍ ସ୍ଥିତି ଅନୁଧ୍ୟାନ କଲେ 5T ସଚିବ ଭି.କେ. ପାଣ୍ଡିଆନ। ଆଜି ଭୋରରୁ ଶିଶୁ ଭବନ ଚ୍ଛକ, ରବି ଟକିଜ ଓ କଳ୍ପନା ଛକ ଆଦି ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ବେହେରା ସାହି ଛକ, ରସୁଲଗଡ଼ ଓ ଆଇଗିଣିଆ ଛକ ମଧ୍ୟ ବୁଲି ସ୍ଥିତି ପରଖିଛନ୍ତି 5T ସଚିବ। ।

ରାଜଧାନୀରେ ଦିନକୁ ଦିନ ଜନ ସଂଖ୍ୟା ସହ ଗାଡି ମୋଟର ସଂଖ୍ୟା ବୃଦ୍ଧି ପାଉଛି। ଫଳରେ ଟ୍ରାଫିକ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭି.କେ. ପାଣ୍ଡିଆନଙ୍କ ସହ ପୋଲିସ କମିଶନର, ପୂର୍ତ୍ତ ସଚିବ ଓ BMC କମିଶନର , ପୋଲିସ କମିଶନର ଏସ ପ୍ରିୟଦର୍ଶୀ, ପୂର୍ତ ସଚିବ ଭି ଭି ଯାଦବ,ବିଏମସି କମିଶନର କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.