କିଟ୍‍ ଟିବିଆଇ ଦ୍ୱାରା ଦିନକରେ ୫ ଷ୍ଟାର୍ଟଅପ୍‍ ସହାୟତା କାର୍ଯ୍ୟକ୍ରମ

656

ଭୁବନେଶ୍ୱର: କିଟ୍‍-ଟିବିଆଇ ଦ୍ୱାରା ଗୋଟିଏ ଦିନରେ ଭୁଟାନ ଓ ଭାରତରେ ୫ଟି ଷ୍ଟାର୍ଟଅପ୍‍ କାର୍ଯ୍ୟକ୍ରମ ଆରମ୍ଭ କରି ସଫଳ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟକୁ ସାମିଲ କରାଯାଇପାରିଛି। ଅଗଷ୍ଟ ୩ ଓ ୪ ତାରିଖରେ କିଟ୍‍ ଟିବିଆଇ ଭୁଟାନ୍‍ରେ ଦୁଇ ଦିନିଆ ଆଞ୍ଚଳିକ ଷ୍ଟାର୍ଟଅପ୍‍ ନେଟ୍‍ୱାର୍କ (ଆର୍‍ଏସ୍‍ଏନ୍‍) କାର୍ଯ୍ୟକ୍ରମ ଆୟୋଜିତ କରିଥିଲା।

ଏଥିରେ ଭୁଟାନ୍‍ର ୨୦ଟି ଶ୍ରେଷ୍ଠ ମନୋନୀତ ଷ୍ଟାର୍ଟଅପ୍‍କୁ ବିଭିନ୍ନ ଦିଗ ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲା। ସେହିପରି ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଆଦି ରାଜ୍ୟର ୪ଟି ସ୍ଥାନରେ ୨୫ଜଣ ଲେଖାଏଁ ମହିଳା ଉଦ୍ୟୋଗୀଙ୍କୁ ନେଇ ଏକାଡେମୀ ଫର୍‍ ଓମେନ୍‍(ଏଡବ୍ଲୁଇ) କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର, ତିରୁପତି, ୱାରଙ୍ଗଲ ଓ ବିଶାଖାପାଟଣାରେ ଆୟୋଜନ କରାଯାଇଥିଲା। ଏଥିରେ ମହିଳା ଉଦ୍ୟୋଗୀମାନଙ୍କୁ ବିଭିନ୍ନ ବାଧା ବିଘ୍ନର ମୁକାବିଲା କରି କିପରି ନିଜ ବ୍ୟବସାୟର ନେଟୱର୍କ ବୃଦ୍ଧି ଓ ଉଦ୍ୟୋଗୀ ଯାତ୍ରାରେ ସଫଳତା ହାସଲ କରିପାରିବେ ସେନେଇ ବିଭିନ୍ନ ପରାମର୍ଶ ଦିଆଯାଇଥିଲା।

ଏଠାରେ ସୂଚନାଯୋଗ୍ୟ, ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କିଟ୍‍ ଟିବିଆଇ ସଫଳତାର ସହ ବିଭିନ୍ନ ଷ୍ଟାର୍ଟଅପ୍‍ ସହାୟତା କାର୍ଯ୍ୟକ୍ରମ ଚଳେଇ ଆସୁଛି। ଉଦ୍ୟୋଗୀଙ୍କ ଯୋଜନାକୁ ସଫଳ ବ୍ୟବସାୟରେ ପରିଣତ କରିବା ଦିଗରେ ସମ୍ବଳ, ପରାମର୍ଶ ଓ ନେଟ୍‍ୱର୍କିଂ ସୁଯୋଗ ପ୍ରଦାନ କରିଆସୁଛି । କିଟ୍‍ ଟିବିଆଇ ଦେଶର ଏକ ପ୍ରମୁଖ ଟେକ୍ନୋଲୋଜି ବିଜିନେସ୍‍ ଇନ୍‍କ୍ୟୁବେଟର୍‍ଭାବେ  ପରିଗଣିତ ହେଉଛି।

Comments are closed, but trackbacks and pingbacks are open.