ବୁଲନ୍ଦସହର ଜେଲ୍‌କୁ ୫ ଷ୍ଟାର ରାଙ୍କିଙ୍ଗ୍‌

26

ଲକ୍ଷ୍ନୌ : ଫୁଡ୍ ସେଫ୍‌ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡ ଅଥରିଟୀ ଅଫ୍ ଇଣ୍ଡିଆ ପକ୍ଷରୁ ଉତ୍ତରପ୍ର୍ରଦେଶ (ୟୁପି)ର ବୁଲନ୍ଦସହରରେ ଥିବା ଜେଲ୍‌କୁ ୫ ଷ୍ଟାର ରେଟିଂ ସାଙ୍ଗକୁ ‘ଇଟ୍ ରାଇଟ୍ କ୍ୟାମ୍ପସ’ ମାନ୍ୟତା ମଧ୍ୟ ପ୍ରଦାନ କରାଯାଇଛି । କଏଦୀଙ୍କୁ ଉନ୍ନତମାନର ଖାଦ୍ୟ ଦିଆଯାଉଥିବାରୁ ଉକ୍ତ ଜେଲ୍‌କୁ ଏଭଳି ସାର୍ଟିଫିକେଟ ମିଳିଛି । ଫୁଡ୍ ସେଫ୍‌ଟି ଦଳ ଇତିମଧ୍ୟରେ ଅଚାନକ୍ ବୁଲନ୍ଦସହର ଜେଲ୍ ପରିଦର୍ଶନ କରି ଏହାର ରୋଷଶାଳା, ଡାଇନିଂ ସ୍ଥାନ, କଏଦୀଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟର ମାନ, ପରିଷ୍କାର ପରିଚ୍ଛନ୍ନତା ଇତ୍ୟାଦି ପ୍ରସଙ୍ଗକୁ ସମୀକ୍ଷା କରିଥିଲେ । କଏଦୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବା କର୍ମଚାରୀମାନେ ମଧ୍ୟ ପରିଷ୍କାର ପୋଷାକ ପରିଧାନ କରୁଥିବାବେଳେ ମୁଣ୍ଡରେ କ୍ୟାପ୍ ଓ ହାତରେ ଗ୍ଲୋଭ୍‌ସ ପରିଧାନ କରୁଛନ୍ତି । ଫାରୁକାବାଦ୍ ପରେ ୟୁପିର ଦ୍ୱିତୀୟ ଜେଲ୍‌କୁ ଏଭଳି ସମ୍ମାନ ମିଳିଛି ।

Comments are closed, but trackbacks and pingbacks are open.