ହୀରାକୁଦରେ ଖୋଲିଲା ଆଉ ୫ଟି ଗେଟ୍

24

ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଉପରମୁଣ୍ଡାରେ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ପାଣି ନିସ୍କାସନ ପାଇଁ ହୀରାକୁଦ ଡ୍ୟାମରେ ଆଉ ୫ଟି ଗେଟ୍ ଖୋଲାଯାଇଛି । ପରେ ଆଉ ୫ଟି ଗେଟ୍ ଖୋଲିବାର ଯୋଜନା ରହିଛି ବୋଲି ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି। ହୀରାକୁଦ ଡ୍ୟାମ ରେ ପ୍ରତି ସେକେଣ୍ଡକୁ ୨ ଲକ୍ଷ ୮୩ ହଜାର ୭୮୪ କ୍ୟୁସେକ ଜଳ ପ୍ରବେଶ କରୁଛି । ବର୍ତ୍ତମାନ ହୀରାକୁଦ ଜଳସ୍ତର ରହିଛି ୬୧୨.୯୩ ଫୁଟ । ବନ୍ୟାଜଳ ନିଷ୍କାସନ ହେଉଛି ୧ ଲକ୍ଷ ୯୧ ହଜାର ୫୭୪ କ୍ୟୁସେକ । ଗେଟ୍ ଖୋଲିବା ପୂର୍ବରୁ ସକାଳ ୯ଟା ୩୦ରୁ ସାଇରନ୍ ବଜାଇ ତଳମୁଣ୍ଡ ଲୋକଙ୍କୁ ସତର୍କ କରାଯାଇଥିଲା। ଏଥିପାଇଁ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି I

Comments are closed, but trackbacks and pingbacks are open.