୫ ଆଇପିଏସଙ୍କ ଏଡିଜି ପାହ୍ୟାକୁ ପଦୋନ୍ନତି

28

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୧୯୯୮ ବ୍ୟାଚର ୫ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୯୯୮ ବ୍ୟାଚ୍ ଆଇପିଏସ୍ ଅମିତାଭ ଠାକୁର, ଏସଡି ଦେବଦତ୍ତ ସିଂ, ରାଜେଶ କୁମାର ଓ ରବିକାନ୍ତ ଆସନ୍ତା ୨୦୨୩ ଜାନୁୟାରୀ ୧ରୁ ଏଡିଜି ପାହ୍ୟାକୁ ପଦୋନ୍ନତି ସହ ପେ- ସ୍କେଲ ଆଧାରରେ ଦରମା ପାଇବେ । ସେହି ବ୍ୟାଚର ଆଇପିଏସ୍ ଦୟାଲ ଗଙ୍ଗୱାର ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବାରୁ ତାଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍କ୍ରିନିଂ କମିଟି ନିଷ୍ପତ୍ତି ଅନୁସାରେ ଏହି ଆଇପିଏସ୍ ଅଫିସରମାନଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଶ୍ରୀ ଠାକୁର ଏବେ ଆଇଜି-ଅପରେସନ, ଶ୍ରୀ ଦେବଦତ୍ତ ସିଂ ଆଇଜି-ହେଡକ୍ୱାର୍ଟର, ରାଜେଶ କୁମାର ଆଇଜି-ରାଜ୍ୟ ଫୋରେନ୍ସିକ ସାଇନ୍ସ ଲ୍ୟାବ୍ ଭାବେ କାର୍ଯ୍ୟକରୁଥିବାବେଳେ ରବିକାନ୍ତ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ଭାବେ କାର୍ଯ୍ୟରତ ।

Comments are closed, but trackbacks and pingbacks are open.