ଆମେରିକା​‌ କୋଲୋରାଡୋ ନାଇଟ୍ କ୍ଳବ୍‌ ଗୁଳିମାଡ଼ରେ ୫ ମୃତ,୧୮ ଆହତ

49

ନୂଆଦିଲ୍ଲୀ : ଆମେରିକା​‌ କୋଲୋରାଡୋରେ ଏକ ସମଲିଙ୍ଗୀ ନାଇଟ କ୍ଳବ ‘ସ୍ପ୍ରିଙ୍ଗସ କୋଲ’ରେ ଗୁଳିମାଡ଼ I ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୮ ଜଣ ଆହତ ହୋଇଛନ୍ତି I କଲରାଡୋ ସ୍ପ୍ରିଙ୍ଗ୍ସ ପୋଲିସର ଲେଫ୍ଟନାଣ୍ଟ ପାମେଲା କାଷ୍ଟ୍ରୋ କହିଛନ୍ତି ଯେ ଶନିବାର ରାତି ୧୧ : ୫୭ ରେ ଏଲ.ଜି.ବି.ଟି.କ୍ୟୁ କ୍ଲବରେ ଜଣେ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇଥିବା ପୋଲିସ ଖବର ପାଇଥିଲା। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ ହୋଇଥିବା ଚିତ୍ର ଆସିଛି। ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥରେ ନିୟୋଜିତ ହୋଇଥିବା ଲକ୍ଷ କରାଯାଇଛି। ଟ୍ରାନ୍ସଜେଣ୍ଡର ଡେ ଅଫ୍ ରିମେମ୍ବରସ ନାମରେ କ୍ଲବରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ଆଉ ଏଥିରେ ବହୁ ସଂଖ୍ୟାରେ ସମଲିଙ୍ଗୀ ଯୋଗ ଦେଇଥିଲେ। ତେବେ ଏହି ଗୁଳିକାଣ୍ଡରେ ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ଆଶା କରାଯାଉଛି। ଘଟଣାର ଯାଞ୍ଚ ଚାଲିଥିବାବେଳେ ଆହତଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଜରେ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିଛି। ସପେଟେ ଏହି ଗୁଳିକାଣ୍ଡକୁ ନେଇ କ୍ଲବ୍ ତରଫରୁ ନିନ୍ଦା କରାଯାଇଛି I

ସୂଚନା ଥାଉକି ଆମେରିକାରେ ଏଭଳି ଘଟଣା ବଢ଼ିବାରେ ଲାଗିଛି । ଏହାପୂର୍ବରୁ ନଭେମ୍ବର ୧୬ ରେ କଲମ୍ବିଆର ଆରଲାଣ୍ଡୋରେ ଏକ ସମଲିଙ୍ଗୀ ନାଇଟ୍ କ୍ଳବ ରୋଜ ଗୋଲ୍ଡ ଉପରେ ଜଣେ ବନ୍ଧୁକଧାରୀ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଆକ୍ରମଣ କରି ୪୯ ଜଣଙ୍କୁ ହତ୍ୟା କରିଥିଲା। ଏହି ଆକ୍ରମଣରେ ୫୩ ଜଣ ଆହତ ମଧ୍ୟ ହୋଇଥିଲେ।

Comments are closed, but trackbacks and pingbacks are open.