୫ଦିନ ବର୍ଷା, ଆଜି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

68

ଭୁବନେଶ୍ଵର: ଲଗାତାର ୨୧ ଦିନର ହିଟ୍ ୱେବ୍ ପରେ କାଳବୈଶାଖୀ ବର୍ଷା ଆଣି ଦେଇଛି ଆସ୍ବସ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିରୁ ତ୍ରାହି ପାଇଛନ୍ତି ରାଜ୍ୟବାସୀ । ପ୍ରାୟ ସମସ୍ତ ସହରରେ ପାରଦ ହ୍ରାସ ପାଇଛି । ତାତି କମିଛି ଆଉ ଗରମରୁ ମିଳିଛି ଆଶ୍ବସ୍ତି ।

ଆସନ୍ତା ୪ଦିନ ଯାଏଁ ଏଭଳି ପାଗ ଲାଗିରହିବ। ଆସନ୍ତା ଦୁଇରୁ ତିନି ଦିନ ଯାଏଁ ରାଜ୍ୟରେ ଝଡ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଓଡିଶା ଠାରୁ ଦକ୍ଷିଣ ପୂର୍ବ ରାଜସ୍ଥାନ ଓ ଛତିଶଗଡ଼ ଉପର ଦେଇ ଏକ ଟ୍ରପ ଲାଇନ ରହୁଛି । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ ମୟୁରଭଞ୍ଜ କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ଗଂଜାମ, ଗଜପତି ଓ ରାୟଗଡା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ପବନର ବେଗ ୪୦ ରୁ ୫୦ କିଲୋମିଟର ରହିବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ।

ସେହିପରି ୯ ତାରିଖରେ ବି ରହିବ କାଳବୈଶାଖୀ ପ୍ରଭାବ। ୧୦ ତାରିଖ ପରେ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି ।କାଳବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୮ରୁ ୯ ଡିଗ୍ରୀ ଯାଏ ଖସିଛି ତାତି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବର୍ଷା ଆଣିଛି ଆଶ୍ବସ୍ତି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତା ୪ଦିନ ଯାଏଁ କେତେକ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବ । ଆଉ କିଛି ସ୍ଥାନରେ କୁଆପଥର ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି ।

Comments are closed, but trackbacks and pingbacks are open.