ମୁମ୍ବାଇ: ଆଜି ଭାରତୀୟ କ୍ରିକେଟ୍ ଟିମ ପାଇଁ ଏକ ସ୍ବତନ୍ତ୍ର ଦିନ ଅଟେ । ଆଜି ଗୋଟିଏ ଦିନରେ ୫ ଜଣ ଖେଳାଳୀଙ୍କ ଜନ୍ମଦିନ । ଏଥିମଧ୍ୟରୁ ଜଣେ ଖେଳାଳୀ ଦୀର୍ଘଦିନ ଧରି ଟିମରୁ ବାହାରେ ରହିଛନ୍ତି । ତ ଆଉ ଜଣେ ରିଟାର୍ରମେଣ୍ଟ ନେଇସାରିଛନ୍ତି । ଏହି ୫ ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ଯଶପ୍ରୀତ୍ ବୁମରା , ଶ୍ରେୟସ୍ ଆୟାର୍ , ରବିନ୍ଦ୍ର ଜାଡେଜା , କରୁଣ ନାୟର ଏବଂ ଆରପି ସିଂ ।
ଟିମ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଜି ତାଙ୍କର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୮୮ ମସିହା ଆଜିର ଦିନରେ ସୌରାଷ୍ଟ୍ରର ଏକ ଛୋଟିଆ ଗାଁରେ ଜାଡେଜାଙ୍କ ଜନ୍ମ । ୨୦୦୯ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳି ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ ।
୨୦୦୫ ମସିହାରେ ଜାଡେଜା ତାଙ୍କ ମାଆ ଲତାବେନଙ୍କୁ ହରାଇଥିଲେ । ଏହାପରେ ସେ କ୍ରିକେଟ୍ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଏତିକିବେଳେ ତାଙ୍କ ପରିବାର ଲୋକ ତାଙ୍କ ସାହସ ଦେଇଥିଲେ । ଏହାପରେ ଆସୁଛି ଯଶପ୍ରୀତ୍ ବୁମରାଙ୍କ ନାଁ । ଆଜି ୩୦ ବର୍ଷରେ ପାଦ ଥାପିଛନ୍ତି ବୁମରା ।
Comments are closed, but trackbacks and pingbacks are open.