ଗୋଟିଏ ଦିନରେ ୫ କ୍ରିକେଟରଙ୍କ ଜନ୍ମଦିନ; ଜାଣନ୍ତୁ ସେ କିଏ ?

27

ମୁମ୍ବାଇ: ଆଜି ଭାରତୀୟ କ୍ରିକେଟ୍ ଟିମ ପାଇଁ ଏକ ସ୍ବତନ୍ତ୍ର ଦିନ ଅଟେ । ଆଜି ଗୋଟିଏ ଦିନରେ ୫ ଜଣ ଖେଳାଳୀଙ୍କ ଜନ୍ମଦିନ  । ଏଥିମଧ୍ୟରୁ ଜଣେ ଖେଳାଳୀ ଦୀର୍ଘଦିନ ଧରି ଟିମରୁ ବାହାରେ ରହିଛନ୍ତି  । ତ ଆଉ ଜଣେ ରିଟାର୍ରମେଣ୍ଟ ନେଇସାରିଛନ୍ତି । ଏହି ୫ ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ଯଶପ୍ରୀତ୍ ବୁମରା , ଶ୍ରେୟସ୍ ଆୟାର୍ , ରବିନ୍ଦ୍ର ଜାଡେଜା , କରୁଣ ନାୟର ଏବଂ ଆରପି ସିଂ । 

ଟିମ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଜି ତାଙ୍କର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୮୮ ମସିହା ଆଜିର ଦିନରେ ସୌରାଷ୍ଟ୍ରର ଏକ ଛୋଟିଆ ଗାଁରେ ଜାଡେଜାଙ୍କ ଜନ୍ମ  । ୨୦୦୯ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳି ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ ।

୨୦୦୫ ମସିହାରେ ଜାଡେଜା ତାଙ୍କ ମାଆ ଲତାବେନଙ୍କୁ ହରାଇଥିଲେ । ଏହାପରେ ସେ କ୍ରିକେଟ୍ ଛାଡିବାକୁ ନିଷ୍ପତ୍ତି ନେଇଥିଲେ  । ହେଲେ ଏତିକିବେଳେ ତାଙ୍କ ପରିବାର ଲୋକ ତାଙ୍କ ସାହସ ଦେଇଥିଲେ ।  ଏହାପରେ ଆସୁଛି ଯଶପ୍ରୀତ୍ ବୁମରାଙ୍କ ନାଁ  । ଆଜି ୩୦ ବର୍ଷରେ ପାଦ ଥାପିଛନ୍ତି ବୁମରା ।

Comments are closed, but trackbacks and pingbacks are open.