୯ ମିନିଟରେ ମଞ୍ଜୁର ହେଲା ୪୫ ଲକ୍ଷ କୋଟି ବିଲ

26

ସରଗରମ ହେଉଛି ରାଜ୍ୟ ରାଜନୀତି । ହଟ୍ଟଗୋଳ ଭିତରେ ଲୋକସଭାରେ ପାସ୍ ହୋଇଛି ଅନେକ ବିଲ୍ । ରାହୁଲ ଗାନ୍ଧୀ, ଆଦାନୀ ପ୍ରସଙ୍ଗକୁ ନେଇ ଚାଲିପାରୁନି ପ୍ରାୟ ଦୁଇ ସପ୍ତାହ ହେବ ଉଭୟ ଗୃହ ଚାଲିପାରୁନି । କିନ୍ତୁ ୯ ମିନିଟ ମଧ୍ୟରେ ଲୋକସଭାପରେ ୪୫ ଲକ୍ଷ କୋଟିର ବିଲକୁ ମଞ୍ଜରୀ ପ୍ରଦାନ କରାଯାଇଛି । ବିନା ଆଲୋଚନା ବିଲ ପାସ୍ ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ମୋଦୀ-ଆଦାନୀ ଭାଇ ଭାଇ କହି ବିରୋଧୀ ଗୃହରେ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା । ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରି କଂଗ୍ରେସ ସମତେ ବିରୋଧୀ ଦଳଗୁଡିକ ବିରୋଧ କରୁଥିବା ଦେଖିବାକୁ ମିଳିଛି । ସେପେଟ ରାହୁଲ ଗାନ୍ଧୀ ବିଦେଶରେ ଦେଶର ବଦନାମ କରିଥିବା ନେଇ ବିଜେପି ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ।

ସେପେଟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସନନେମକୁ ନେଇ ବିବାଦୀୟ ବୟାନ ଦେଇଥିବା ଯୋଗୁ ରାହୁଲ ଗାନ୍ଧୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ରାହୁଲଙ୍କୁ ଲୋକସଭାରୁ ଅଯୋଗ୍ୟ ଘୋଷିତ କରିବାକୁ ବିଜେପି ସରକାର ଷଡଯନ୍ତ୍ର କରିଥିବା ଅଭିଯୋଗ ଆଣିଛି କଂଗ୍ରେସ ।

Comments are closed, but trackbacks and pingbacks are open.