ରାଜଧାନୀରେ ମାରାତ୍ମକ ସ୍ଥିତି ରେ ଡେଙ୍ଗୁ ସଂକ୍ରମଣ

28

ରାଜଧାନୀରେ ମାରାତ୍ମକ ସ୍ଥିତି ରେ ଡେଙ୍ଗୁ ସଂକ୍ରମଣ ଆସି ପହଂଚିଲାଣି । ରାଜଧାନୀରେ ବର୍ତ୍ତମାନ ସଂକ୍ରମଣ ୨୦୦୦ ପାଖାପାଖି ହୋଇଥିବା ଦେଖିବାକୁ ମିଳିଛି । ଗତ ୨୪ଘଣ୍ଟାରେ ଆଉ 56 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତ ସଂଖ୍ୟା ୧୮୧୧ କୁ ବୃଦ୍ଧି ପାଇଛି । ବିଏମସିର ବିଭିନ୍ନ ପ୍ରକାର ଜନ ସଚେତନତା କାର୍ଯ୍ୟକ୍ରମ ପରେ ମଧ୍ୟ ନିୟନ୍ତ୍ରଣକୁ ଆସୁନି ଡେଙ୍ଗୁ ।
କ୍ୟାପିଟାଲ ହସ୍ପିଟାଲରେ ଦୈନିକ ଶହ ଶହ ସଂଖ୍ୟାରେ ରୋଗୀ ଡେଙ୍ଗୁ ପରୀକ୍ଷା କରୁଥିବା ବେଳେ ଅଧିକାଶଂଙ୍କ ଠାରେ ଡେଙ୍ଗୁ ଚିହ୍ନଟ କରାଯାଉଛି । ତେଣୁ ଏଇଭଳି ଭାବରେ ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ରୋଗୀ ସଂଖ୍ୟା ବଢୁଥିବା ବେଳେ ଏହା ଚିନ୍ତାର କାରଣ ପାଲଟିଛି । ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଆରମ୍ଭ ହୋଇଥିବା ଡେଙ୍ଗୁ ଏବେ ସମଗ୍ର ରାଜଧାନୀକୁ ମାଡିସାରିଛି। ବିଏମସି ପକ୍ଷରୁ ଡେଙ୍ଗୁ ମୁକାବିଲା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କୁହାଯାଉଛି। କିନ୍ତୁ କୌଣସି ପ୍ରକାରେ ଏହା ଫଳପ୍ରଦ ହେଉନାହିଁ I କରୋନା ପରେ ପରେ ଡେଙ୍ଗୁ ଆଉ ଏକ ମାରାତ୍ମକ ବ୍ୟାଧି ଭଳି ମାଡି ଚାଲିଛି I

Leave A Reply

Your email address will not be published.