ଭୁବନେଶ୍ୱର: ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ, ରାଜ୍ୟରେ ଖାଲିପଡ଼ିଥିବା ୪୨୧୯ କନଷ୍ଟେବଳ ପଦ ଏବେ ସିଧାସଳଖ ପୂରଣ ହେବ। ଏ ବାବଦରେ ଗୃହବିଭାଗ ଉପସଚିବ ତରୁଣ କୁମାର ପଣ୍ଡା ପୋଲିସ ମହାନିର୍ଦ୍ଦେଶକ ଏବଂ ଆଇଜିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ରାଜ୍ୟ ପୋଲିସ ମୁଖ୍ୟାଳୟର ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ ମିଳିଥିବା ବେଳେ ଏନେଇ ପୋଲିସ ଡିଜିଙ୍କୁ ଚିଠି ଲେଖି ଜଣାଇଛି ଗୃହ ବିଭାଗ। ରାଜ୍ୟରେ ଖାଲି ପଡ଼ିଥିବା କନଷ୍ଟେବଳ ପଦ ପୂରଣ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ସରକାର ବିଚାର କରିବା ପରେ ଖାଲି ପଦ ପୂରଣ ଲାଗି ଏହି ନିଷ୍ପତ୍ତି ନେଇଥିବା ଚିଠିରେ ଉଲ୍ଲେଖ ରହିଛି। ତେବେ କନଷ୍ଟେବଳ ରାଙ୍କର ଉକ୍ତ ପଦ ପୂରଣ ବେଳେ ବିଭାଗ ପକ୍ଷରୁ ଜାରି ପୃଥକ୍ ପୃଥକ୍ ନିର୍ଦ୍ଦେଶନାମା ସହିତ ଚଳିତବର୍ଷ ସେପ୍ଟେମ୍ବର ୨୨ରେ ଜାରି ହୋଇଥିବା ଏସଓପିକୁ ଅନୁସରଣ କରିବାକୁ ହେବ ବୋଲି ଉପସଚିବ ଚିଠିରେ ଦର୍ଶାଇଛନ୍ତି।
Comments are closed, but trackbacks and pingbacks are open.