୪୦ଭାଗ ବିଦେଶୀ ଫେରନ୍ତା ଙ୍କ ହିସାବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଖରେ ନାହିଁ

14

ଓଡିଶାକୁ ଘାରିଲା ଓମିକ୍ରନ ର ଭୟ I ଓମିକ୍ରନ ର ଭୟାବହତା କୁ ନେଇ କେନ୍ଦ୍ର ର ରାଜ୍ୟ ଗୁଡିକୁ ସତର୍କ କରିବା ପରେ ଓଡ଼ିଶାରେ ବିମାନବନ୍ଦର ଦେଇ ଫେରୁଥିବା ବିଦେଶୀ ଙ୍କ ଚିହ୍ନଟ ପ୍ରକ୍ରିୟା କୁ ଜୋରଦାର କରାଯାଇଛି I ଚିନ୍ତା । ଓଡିଶା ସ୍ୱାସ୍ଥ୍ୟ ବିଭାଗ ର ତଥ୍ୟ ଅନୁଯାୟୀ ବିଦେଶରୁ ଏଯାଏଁ ୮୦୦ ରୁ ଅଧିକ ଲୋକ ରାଜ୍ୟକୁ ଫେରିଛନ୍ତି । ଏଥି ମଧ୍ୟରୁ ୪୦ % ପ୍ରତିଶତ ଏ ଯାଏ ଠାବ ହୋଇପାରିନାହାନ୍ତି । ଠିକଣା ବଦଳାଇ ଲୋକ ଆସୁଥିବାରୁ ବିଦେଶ ଫେରନ୍ତାକୁ ଠାବ କରିବାରେ ଅସୁବିଧା ହେଉଥିବା କହିଛି ସ୍ୱାସ୍ଥ୍ୟ ବିଭାଗ।
ଅନ୍ୟପଟେ ଅମିକ୍ରନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଭୟ କରିବାର କୌଣସି କାରଣ ନାହିଁ l କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି କିଏ କେଉଁଠି ଆସୁଛି ଆମକୁ ତଥ୍ୟ ଦିଅନ୍ତୁ l ଏନେଇ who କୌଣସି ସଠିକ୍ ତଥ୍ୟ ଦେଇନାହିଁ l ଭୟ ନକରି ସତର୍କ ରହିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବଦାସ ପରାମର୍ଶ ଦେଇଛନ୍ତି l
ଗତକାଲି ମହାରାଷ୍ଟ୍ରରୁ ୭ ଜଣ ଓ ପରେ ରାଜସ୍ଥାନରୁ ୯ ଜଣ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଥିଲେ । ଯାହାକୁ ମିଶାଇ ଦେଶରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.