୪୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ

80

ଭୁବନେଶ୍ୱର : ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀ ଆପାର୍ଟମେଣ୍ଟ । ଗତ କିଛି ଦିନ ମଧ୍ୟରେ ଭୁବନେଶ୍ୱରର ଅନେକ ଆପାର୍ଟମେଣ୍ଟରୁ ଚୋରି ହୋଇଛି । ପାହାଳରୁ ଏକ ବଡ ଧରଣର ଲୁଟ୍‌ ହୋଇଥିବା ନେଇ ଶନିବାର ଖବର ସାମ୍ନାକୁ ଆସିଛି । ୪୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଲେ ଦୁର୍ବୃତ୍ତ । ପାହାଳ ଥାନା ସିଟି ହୋମ୍‌ ଡୁପ୍ଲେକ୍ସରେ ଘରେ ପଶି ଦୁର୍ବୃତ୍ତଘରେ କଳା କନା ବୁଲାଇଛନ୍ତି । ଝିଅ ବାହାଘର ପାଇଁ ସୁନା ଗହଣା ରଖିଥିଲେ ପରିବାର ଲୋକେ । ସିସିଟିଭି ଭାଙ୍ଗି ୬ ଜଣ ଲୁଟ୍‌ କରିଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିବା ସହ ଡିଭିଆର୍‌ରୁ ଭିଡିଓ ସଂଗ୍ରହ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।

Comments are closed, but trackbacks and pingbacks are open.