ଭୁବନେଶ୍ବର: କଟକ ଜିଲ୍ଲା ନିଆଳି ତହସିଲ ଅନ୍ତର୍ଗତ ସଗଡ଼ାଇଲୋ ପଞ୍ଚାୟତର ସୁଆଁଲୋ ଗାଁରେ ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୪ ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ପ୍ରାୟ ୪୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ସୂଚନା ଅନୁସାରେ, ଗାଁର ଏକ ଘରେ ହଠାତ୍ ନିଆଁ ଲାଗି ଚାରିଆଡ଼କୁ ବ୍ୟାପିଯାଇଥିଲା। ନିଆଁର ପ୍ରକୋପ ମଧ୍ୟରେ ଘରେ ଥିବା ଏକ ଗ୍ୟାସ୍ ସିଲିଣ୍ଡର ଫାଟିଯିବାରୁ ଅଗ୍ନିକାଣ୍ଡ ଅଧିକ ଭୟଙ୍କର ରୂପ ନେଇଥିଲା। ଫଳରେ ୪ ବଖରା ଘର ସମେତ ସମସ୍ତ ଆସବାବପତ୍ର, ଗୃହୋପକରଣ ଏବଂ ନଗଦ ପ୍ରାୟ ୭ ହଜାର ଟଙ୍କା ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ବି ସେତେବେଳକୁ ସବୁକିଛି ଜଳିଶେଷ ହୋଇସାରିଥିଲା। ଏହି ସମ୍ପୂର୍ଣ୍ଣ ସମ୍ପତ୍ତି ଓ ଜୀବଜନ୍ତୁ ହରାଇ ବିପନ୍ନ ହୋଇପଡ଼ିଥିବା ପରିବାରକୁ ତୁରନ୍ତ ସରକାରୀ କ୍ଷତିପୂରଣ ଓ ଆର୍ଥିକ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।
Comments are closed, but trackbacks and pingbacks are open.