ଆଖିବୁଜିଲେ ୪ ବାର୍ଡ ଫ୍ଲୁ ସଂକ୍ରମିତ ବାଘ

234

ନାଗପୁର: ମହାରାଷ୍ଟ୍ରରର ନାଗପୁର ସ୍ଥିତ ଗୋରେୱାଡା ଉଦ୍ଧାର କେନ୍ଦ୍ରରେ ବାର୍ଡ ଫ୍ଲୁ ଯୋଗୁ ୪ ବାଘଙ୍କ ମୃତ୍ୟୁ ଘଟିଛି। ମୃତ ୪ ବାଘଙ୍କ ମଧ୍ୟରେ ୩ଟି ମହାବଳ ବାଘ ଥିବା ବେଳେ ଗୋଟିଏ କଲରାପତରିଆ ବାଘ ରହିଛି। ଏହି ମୃତ ବାଘଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଏମାନଙ୍କ ଠାରେ ଏଚ୍‌୫ଏନ୍‌୧ ଭୂତାଣୁ (ବାର୍ଡ ଫ୍ଲୁ)ର ଉପସ୍ଥିତି ସ୍ପଷ୍ଟ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ରର ସମସ୍ତ ବ୍ୟାଘ୍ର ସଂରକ୍ଷଣ ଏବଂ ଉଦ୍ଧାର କେନ୍ଦ୍ରଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଗତ ଡିସେମ୍ବର ମାସରେ ଏହି ବାଘମାନଙ୍କୁ ଚନ୍ଦ୍ରପୁରରୁ ଗୋରେୱାଡା ସ୍ଥାନାନ୍ତର କରାଯାଇଥିଲା, ଯେଉଁଠି ସେମାନେ ବାର୍ଡ ଫ୍ଲୁ ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ତେବେ ବାଘମାନେ କେଉଁ ସ୍ଥାନରେ ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ ତାହାର ଅନୁସନ୍ଧାନ ଲାଗି ଅଧିକାରୀମାନେ ଉଦ୍ୟମ ଚଳାଇଛନ୍ତି।

Comments are closed, but trackbacks and pingbacks are open.