ସେବାୟତ କାଳିଆ ପଢିଆରୀ ହତ୍ୟା ଘଟଣାରେ ଆଉ ୪ ଅଭିଯୁକ୍ତ ଗିରଫ

17

ପୁରୀ ବରିଷ୍ଠ ସେବାୟତ କାଳିଆ ପଢିଆରୀ ହତ୍ୟା ଘଟଣାରେ ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୀ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ହରି ପଣ୍ଡା, କୁନମୁନ ସୁଆର ଏବଂ ଟୁଟୁ ମହାପାତ୍ର । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଗିରଫ ହୋଇଥିବା ଟୁଟୁ ମହାପାତ୍ର ନାଁରେ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ଅନେକ ଅପରାଧିକ ମାମଲା । ବ୍ରହ୍ମପୁର ଚିକେନ ରବି ହତ୍ୟା ଘଟଣାର ମୁଖ୍ୟ ଆସାମୀ ଥିଲା ଟୁଟୁ ମହାପାତ୍ର । ସେହିପରି ଅଭିଯୁକ୍ତଙ୍କୁ ଫେରାର କରାଇବା ଓ ଆଶ୍ରୟ କରାଇବା ଅଭିଯୋଗରେ ପୁରୀ ଆମ୍ବପଡ଼ା ଗାଁର ଜଗନ ଖଟେଇକୁ ଗିରଫ କରାଯାଇଛି ।

ଏହାକୁ ମିଶାଇ କାଳିଆ ହତ୍ୟାକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗିରଫ କରି ସାରିଲାଣି ପୁରୀ ପୋଲିସ । ତେବେ କାଳିଆ ପ୍ରତିହାରୀଙ୍କୁ ଗୁଳି କରିବା ସମୟରେ ବାବା ମହାପାତ୍ରଙ୍କ ସମେତ କୁନମୁନି, ଟୁଟୁ ଓ ହରି ପଣ୍ଡା ଉପସ୍ଥିତ ଥିବା ଏତଲାରେ ରହିଛି । ସୂଚାନୁସାରେ ୨୦୧୨ ମସିହାରେ ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗୁନ ସିଂହାରୀ ଙ୍କ ବଡ଼ ଭାଇ କାଳିଆ ସିଂହାରୀ ଓ ତାଙ୍କ ପୁଅ ତଥା ଗୁନ ସିଂହାରୀ ଙ୍କ ପୁତୁରା ଦୋଳଗୋବିନ୍ଦ ସିଂହାରୀ ସୁପାରୀ ଦେଇଥିଲେ । ଏହି ହତ୍ୟାକାଣ୍ଡ ପାଇଁ ୩୦ ଲକ୍ଷ ଟଙ୍କାର ଡିଲ୍ ହୋଇ ଥିବାବେଳେ ୨ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିବା ପୋଲିସ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲା ।

Comments are closed, but trackbacks and pingbacks are open.