ଉଡ଼ାନ ଯୋଜନାରେ ଓଡ଼ିଶାର ଆଉ ୪ ସହର

27

ଭୁବନେଶ୍ୱର: ଓଡ଼ିଶାକୁ ବଢ଼ିବ ବିମାନ ସେବା । ଆଉ ୪ ସହର ସାମିଲ ହେବ ଉଡାନ ଯୋଜନାରେ । ଉଡ଼ାନ ୫.୦ ଯୋଜନାରେ ଦେଶର ୫୪ଟି ସହରକୁ ସାମିଲ କରିବାକୁ ଯୋଜନା ରହିଛି । ଧାର୍ମିକ ପର୍ୟ୍ୟଟନସ୍ଥଳୀ ଓ ଇକୋ ପର୍ୟ୍ୟଟନସ୍ଥଳୀକୁ ନଜରରେ ରଖି ଏହା ପ୍ରସ୍ତାବିତ ସହରଗୁଡ଼ିକର ତାଲିକା କରାଯାଇଛି । ତାଲିକାରେ ଓଡ଼ିଶାର ବାରିପଦା, କୋଣାର୍କ, ହୀରାକୁଦ ଓ ମାଲକାନଗିରି ଥିବା ଜଣାପଡ଼ିଛି । ଆଗାମୀଦିନରେ ଏଠାରେ ଉଡାନ ଯୋଜନାରେ ଏୟାରଷ୍ଟ୍ରିପ ନିର୍ମାଣ କରାଯିବ । ଛୋଟ ସହରକୁ ବିମାନ ସେବା ଯୋଡ଼ିବା ପାଇଁ କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଲକ୍ଷ୍ୟ ରହିଛି । ପୂର୍ବରୁ ଏହି ଯୋଜନାରେ ଉତକେଲା, ରାଉରକେଲା, ଜୟପୁରକୁ ସାମିଲ କରାଯାଇଥିଲା । ମାତ୍ର ଏଯାବତ୍‌ ଜୟପୁର, ରାଉରକେଲା, ଉତକେଲାରେ ବିମାନ ଚଳାଚଳ ଆରମ୍ଭ ହୋଇପାରିନାହିଁ । ଓଡ଼ିଶାର ଦୁଇଟି ବିମାନବନ୍ଦର ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ବିମାନ ସେବା ଉପଲବ୍ଧ ଅଛି । ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଯୋଜନା ଥିବାବେଳେ ଏ ଦିଗରେ ଜମି ଅନୁଧ୍ୟାନ କାମ ଚାଲିଛି ।

Comments are closed, but trackbacks and pingbacks are open.