୪ ଆନ୍ତଃରାଜ୍ୟ ସିରିଜ ଲୁଟେରାଙ୍କୁ ଧରିଲା କମିଶନରେଟ ପୋଲିସ

0 32

ଅଭିନବ ଉପାୟରେ ଭୁବନେଶ୍ୱରରେ ଔଷଧ ଦୋକାନରୁ ଲୁଟ୍ ଘଟଣାର ପର୍ଦାଫାଶ କରିଛି କମିଶନରେଟ ପୋଲିସ I ଗ୍ରାହକ ବେଶରେ ଆସି ଦୋକାନୀଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ କ୍ୟାସ୍ କାଉଣ୍ଟରକୁ ଖାଲି କରି ଚାଲିଯାଉଥିଲେ । ଘଟଣାରେ ଜଡିତ ୪ ଜଣ ଆନ୍ତଃରାଜ୍ୟ ସିରିଜ ଲୁଟେରା ପୋଲିସ ହାତରେ ଧରାପଡ଼ିଛନ୍ତି । ଏମାନଙ୍କଠାରୁ ନଗଦ ୩୯ ହଜାର ଟଙ୍କା, ଗୋଟିଏ ଆଧାର କାର୍ଡ ସହ ଅନ୍ୟ ସାମଗ୍ରୀ ଜବତ ହୋଇଛି ।
ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟୁଇନ ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ରାଜୁ ପେସାରେ ଜଣେ ରଙ୍ଗ ମିସ୍ତ୍ରୀ । ତା ଅଧୀନ ରେ ଥିବା ଅନ୍ୟ ୩ ଜଣିଆ ଗ୍ୟାଙ୍ଗ ଦ୍ୱାରା ପ୍ରଥମେ ବ୍ରହ୍ମପୁର ଓ ପରେ ରIଜଧାନୀରେ ୫ ଦିନରେ ୪ଟି ଲୁଟ୍‌ କରିଥିଲେ I ଗତ ୨୦ ତାରିଖରେ ବଡ଼ଗଡ଼ରେ, ୨୧ ତାରିଖରେ ନୂଆପଲ୍ଲୀ, ୨୨ ତାରିଖରେ ଲିଙ୍ଗରାଜ, ୨୪ ତାରିଖରେ ଖାରବେଳ ନଗରରେ ଲୁଟ୍‌ ହୋଇଛି। ଏ ନେଇ ଅଭିଯୋଗ ହେବା ପରେ ଏସିପି ସଞ୍ଜୀବ ଶତପଥୀଙ୍କ ତତ୍ତ୍ୱାବଧନରେ ଏକ ଟିମ୍‌ ଗଠିତ ହୋଇଥିଲା।ଏହି ଘଟଣା ପରେ ଅଧିକ ତତ୍ପରତା ଦେଖାଇ ସିସିଟିଭି ଫୁଟେଜ ଆଧାରରେ ଏହି ୪ ଜଣିଆ ବଙ୍ଗୀୟ ଲୁଟେରାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ଏହି ଅଭିଯୁକ୍ତମାନେ ପଶ୍ଚିମବଙ୍ଗ ଓ ବାଂଲାଦେଶ ର ହୋଇଥିବା ବେଳେ ସେମାନେ ମୁଖ୍ୟତଃ ଔଷଧ ଦୋକାନକୁ ଟାର୍ଗେଟ କରୁଥିଲେ।
ପୋଲିସ କମିଶନର ଙ୍କ କହିବାନୁସାରେ ଭୁବନେଶ୍ୱରରେ ୪ଟି ଲୁଟ୍‌ ଘଟାଇବା ପରେ ସେମାନେ କଟକ ମୁହାଁ ହୋଇଥିଲେ। ହେଲେ ଏହା ପୂର୍ବରୁ କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି ଏହି ଲୁଟେରା ଗ୍ୟାଙ୍ଗI ତେବେ ତାଙ୍କ ଗ୍ୟାଙ୍ଗ ରେ ଅନ୍ୟ କେହି ସକ୍ରିୟ ସଦସ୍ୟ ଅଛନ୍ତି କି ସେବିଷୟରେ ପୋଲିସ ର ତଦନ୍ତ ପ୍ରକ୍ରିୟା ଜାରି ରହି ଥିବା କହିଛନ୍ତି କମିଶନର ।

Leave A Reply

Your email address will not be published.