୪ଜି ମୋବାଇଲ ନେଟୱର୍କ ପାଇଁ ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଦାବି

95

ନୂଆଦିଲ୍ଲୀ: କୋରାପୁଟ ସାଂସଦ ସପ୍ତଗିରି ଉଲାକା କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ସମସ୍ତ ଅଞ୍ଚଳରେ ଭରସାଯୋଗ୍ୟ ୪ଜି ମୋବାଇଲ ନେଟୱର୍କ ସେବା ଉପଲବ୍ଧ ପାଇଁ ଦାବି କରିଛନ୍ତି। ଶ୍ରୀ ଉଲାକା ଦର୍ଶାଇଛନ୍ତି ଯେ, ଉଭୟ ଜିଲ୍ଲାରେ ବହୁ ଅଞ୍ଚଳ ଏବେ ମଧ୍ୟ ମୋବାଇଲ ନେଟୱର୍କରୁ ବଞ୍ଚିତ ରହିଛି। ଯଦ୍ୱାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାଧାରଣ ଲୋକ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା, ଶିକ୍ଷା, ଜୀବନଜୀବିକା, ବ୍ୟାଙ୍କିଙ୍ଗ୍‌ ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ସେବାରୁ ବଞ୍ଚିତ ହେଉଛନ୍ତି। ମୋବାଇଲ ନେଟୱର୍କ ଭିତ୍ତିଭୂମି ସୁନିଶ୍ଚିତ ପାଇଁ ପ୍ରତି ତିନିମାସରେ ସର୍ଭେ, ଅନୁମୋଦନ, ଟାୱାର ନିର୍ମାଣ, ବିଦ୍ୟୁତ୍‌ ସେବା ଯୋଗାଣ ବିଷୟରେ ସମୀକ୍ଷା କରାଯାଇ ଟେଲି ସେବା ଉପଲବ୍ଧ କରିବାକୁ ସାଂସଦ ଶ୍ରୀ ଉଲାକା ପ୍ରସ୍ତାବ ଦେଇଛନ୍ତି। ଏଥିସହ ପ୍ରତି ଗ୍ରାମର ବାସ୍ତବିକ ସ୍ଥିତି ଜାଣିବା ପାଇଁ ଅନୁମୋଦନ, ସର୍ଭେ, ଭିତ୍ତିଭୂମି ନିର୍ମାଣ ଆଦିର ସ୍ଥିତି, ବିଳମ୍ବର କାରଣ, ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ତିଥି ବିଷୟ ଉଲ୍ଲେଖ ସହ ଜଙ୍ଗଲ ଅନୁମତି, ବନ୍ୟଜନ୍ତୁ ମଞ୍ଜୁରୀ, ଜମି ଆବଣ୍ଟନ, ଠିକା ସଂସ୍ଥାର ସମସ୍ୟା ବିଷୟ ମଧ୍ୟ ସମୀକ୍ଷା କରାଯାଉ ବୋଲି ଦର୍ଶାଇଛନ୍ତି ।

Comments are closed, but trackbacks and pingbacks are open.