ଟ୍ରକ ପଛରେ ଧକ୍କା ହେଲା କାର ୪ମୃତ

26

ଖୋର୍ଦ୍ଧା: ଅଧୁରା ରହିଲା ଜଗା ଦର୍ଶନ। ଶ୍ରୀ ମନ୍ଦିର ପହଁଚିବା ଆଗରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇଛି ୪ ଜଣଙ୍କର ଜୀବନ । ଆଜି ଭୋର ରୁ ଘଟିଛି ଏହି ଭୟଙ୍କର ଦୁର୍ଘଟଣା I

ସୂଚନାନୁସାରେ,ଆନ୍ଧ୍ରରୁ ଏକ କାର ଯୋଗେ ୪ ଜଣ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିଲେ I କାର୍‌ଟି ବାଲୁଗାଁ ପଟରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ,ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଜଙ୍କିଆ ଥାନା ଅନ୍ତର୍ଗତ ସୁନେଇ ରୁପେଇ ଛକ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା I ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଯୁବକ ଓ ୨ ଯୁବତୀ ଅଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କ ପରିଚୟ ଜଣ ପଡି ନାହିଁ Iକାର୍‌ଟି ଆନ୍ଧ୍ରରୁ ଆସିଥିବା ବେଳେ ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି I

ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍‌ ଭିତରୁ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି I ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଛି I

Comments are closed, but trackbacks and pingbacks are open.