ବରଯାତ୍ରୀ ଗାଡି ଦୁର୍ଘଟଣା ଗ୍ରସ୍ତ ୪ ମୃତ ,୭ ଗୁରୁତ୍ତର

11

ଭବାନୀପାଟଣା କେସିଙ୍ଗାଠାରେ ବରଯାତ୍ରୀ ଗାଡ଼ି ସହିତ ଟ୍ରକ୍ ମୁହାଁ ମୁହିଁ ଧକ୍କା ହେବI ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହେବ ସହିତ ୭ ଜଣ ଗୁରୁତ୍ତର ହୋଇଛନ୍ତି I କେସିଙ୍ଗା ଥାନା ତୁର୍ଲାଖମନ ଛକରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପିପଲପଦର ରୁ ବରଯାତ୍ରୀଙ୍କୁ ନେଇ ସିସକେଲା ଆସୁଥିବା ବରଯାତ୍ରୀ ଗାଡି ସହିତ ଏକ ଧାନ ବୋଝେଇ ମୁହାଁମୁହିଁ ହେବI ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ୭ ଗୁରୁତରଙ୍କୁ କେସିଙ୍ଗା ହସ୍ପିଟାଲରେ ଚିକିତ୍ସା ପରେ ଭବାନୀପାଟଣା ହସ୍ପିଟାଲକୁ ପଠାଯାଇଛି । ଗୁରୁତର ଆହତଙ୍କ ମଧ୍ୟରେ ଥିବା ଜଣେ ଛୋଟ ପିଲାକୁ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ତେବେ ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ରହିଥିବା ସୂଚନା ମିଳିଛି ।

Comments are closed, but trackbacks and pingbacks are open.